Img 20250723 wa0208

ବାରିପଦା ଠାରେ ୭୯ତମ ସ୍ୱାଧୀନତା ଦିବସ -୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଜ୍ୟ
ବାରିପଦା : ତା ୨୩-୦୭-୨୦୨୫ ରିଖ.ଆଜି ଅପରାହ୍ନ ୪ଘଟିକା ସମୟ ରେ  ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକଙ୍କ ସଭାପତିତ୍ବ ରେ  ୭୯ତମ ସ୍ୱାଧୀନତା ଦିବସ -୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟ ଓ ରିଜର୍ଭ ଇନିସପେକ୍ଟର  ଶ୍ରୀ ଆଲୋକ କୁମାର କାନୁନଗୋ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ସଭାରେ ଯୋଗ ଦେଇଥିବା ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରି ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସମ୍ଭନ୍ଧ ରେ ବକ୍ତବ୍ୟ ରଖିଥିଲେ।
ଅତିରିକ୍ତ ଜିଲ୍ଲପାଳ ଶ୍ରୀ ମଲ୍ଲିକ ଚଳିତ ବର୍ଷ ୭୯ତମ ସ୍ୱାଧୀନତା ଦିବସକୁ  ଜିଲ୍ଲା ସ୍ତରରେ କିପରି ସୁନ୍ଦର ତଥା ଆକର୍ଷଣୀୟ ଭାବେ ବ୍ୟବସ୍ଥିତ ଢଙ୍ଗରେ ପାଳନ କରାଯିବ ସେ ବିଷୟରେ ପ୍ରତ୍ୟେକଟି ବିଷୟରେ  ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ. ତଦନୁସାରେ ଏହି ଜାତୀୟ ଦିବସ ପାଳନ ଅବସରରେ ଆବଶ୍ୟକୀୟ କାର୍ଯ୍ୟ, ଯଥା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ  ଅନୁଷ୍ଠାନ ଦ୍ୱାରା ପ୍ରତିଯୋଗିତା ଆୟୋଜନ ତଥା ଏଥି ପାଇଁ ଉପଯୁକ୍ତ ବିଚାରକ ମଣ୍ଡଳୀ ପ୍ରସ୍ତୁତି, ପ୍ୟାରେଡ ପଡିଆ ସୁସଜ୍ଜିକରଣ, ଅଭିବାଦନ ମଞ୍ଚ ପ୍ରସ୍ତୁତି,ଅଭିବାଦନ ମଞ୍ଚ ର ଉଭୟ ପାର୍ଶ୍ଵ ରେ ନିମନ୍ତ୍ରିତ ଅତିଥି ମାନଙ୍କ ବସିବା ପାଇଁ ଉତ୍ତମ ବ୍ୟବସ୍ଥା, ସହରାଞ୍ଚଳ କୁ ପରିଷ୍କାର  ପରିଚ୍ଛନ୍ନ କରିବା , ପ୍ୟାରେଡ ପଡିଆ ଠାରେ ପାନୀୟ ଜଳ ଯୋଗାଣ, ଆକସ୍ମିକ ଦୁର୍ଘଟଣାର ମୁକାବିଲା, ପ୍ୟାରେଡ ପରିଚାଳନା, ଅପାତକାଳୀନ ସ୍ୱାସ୍ଥ୍ୟ ସେବା, ରାମ ଧୁନ ପରିବେଷଣ, ଅତିଥି ମାନଙ୍କୁ ନିମନ୍ତ୍ରଣ ଓ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଥିବା ରୋଗୀ, ଗୋପବନ୍ଧୁ ବାଳାଶ୍ରମ ର ଅନ୍ତେବାସୀ ଓ ଭିନ୍ନକ୍ଷମ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କୁ ଫଳ ବିସ୍କୁଟ ବଣ୍ଟନ ଇତ୍ୟାଦି କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ବିଭିନ୍ନ କମିଟି ଗଠନ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ତଥା ବ୍ୟକ୍ତି ବିଶେଷ ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯିବା ନେଇ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ଓ ଜିଲ୍ଲା ସ୍ତରୀୟ ଏହି ଜାତୀୟ ଦିବସ କୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ.  ଅନୁଷ୍ଠିତ ଉକ୍ତ ବୈଠକ ରେ  ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ବିଭିନ୍ନ ଲାଇନ ବିଭାଗର ଅଧିକାରୀ, ଶିକ୍ଷlନୁଷ୍ଠାନର ମୁଖ୍ୟ ତଥା ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ବରିଷ୍ଠ ନାଗରିକ,ଆଇନଜୀବୀ,ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ରଖିଥିଲେ .
 ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ମୟୁରଭଞ୍ଜ ଶ୍ରୀ  ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ. କାର୍ଯ୍ୟକ୍ରମ ପରିଚାଳନା ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଶ୍ରୀକାନ୍ତ ବେହେରା, ଶ୍ରୀ ଲଳିତ ରଞ୍ଜନ ନାଏକ, ଶ୍ରୀ ଲିଜତ କୁମାର ପ୍ରଧାନ, ଶ୍ରୀ ରବି ନାରାୟଣ ନାଏକ ଓ ଛୋଟରାୟ ସିଂ ସହଯୋଗ କରିଥିଲେ.
Shrutilipi ad