Photo for the news of cultivation of land

ଧାନକ୍ଷେତରୁ ଜଳ ନିଷ୍କାସନ ହେଉନି

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଆପ୍ତିରା ଗ୍ରାମସ୍ଥିତ ଶହଶହ ଏକର ଧାନକ୍ଷେତରୁ ଜଳ ନିଷ୍କାସନ ହେଉ ନ ଥିବାରୁ ଚାଷ କରିବା ପାଇଁ ବ୍ୟାଘାତ ସୃଷ୍ଟି ହୋଇଛି । ଯଦ୍ଦ୍ୱାରା ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ପଡ଼ିଛନ୍ତି ।ଏଠାରେ ଅନେକ କ୍ଷେତରେ ଧାନତଳି ପଡ଼ି ପାରିନାହିଁ ପୁଣି ଯେଉଁ କ୍ଷେତରେ ତଳି ରୁଆ ହୋଇଥିଲା ତାହା ପଚିସଢ଼ି ଗଲାଣି । ପୁରୁଷଣ୍ଢ ପଂଚାୟତ ଅନ୍ତର୍ଗତ ମୁଣ୍ଡଳୀ ମାଇନରରୁ କାଡ଼ାନାଳ ସାହାଯ୍ୟରେ କ୍ଷେତକୁ ପାଣି ଯୋଗାଣ ହୋଇଥାଏ । ଉପରମୁଣ୍ଡରୁ ଅହରହ ବର୍ଷାପାଣି ନିର୍ଗତ ଏଠାକୁ ହେଉଛି, ମାତ୍ର ଏଠାରେ ପାଣି ନିଷ୍କାସନ ଠିକ୍ ଭାବେ ହେଉ ନ ଥିବାରୁ କ୍ଷେତରେ ଆଣ୍ଠୁଏ ଲେଖାଁଏ ପାଣି ଜମି ରହିଛି । ଯାହାକି ଚାଷୀଙ୍କ ପାଇଁ କାଳ ସାଜିଛି । ପାଣି ନିଷ୍କାସନ ପାଇଁ ସୁବ୍ୟବସ୍ଥା କରିବାକୁ ମାୟାଧର ପାଢ଼ି, ସୁରେଶ ଭାରତୀ,ଶତୃଘ୍ନ ପୁରି, ବିନୋଦ ଭାରତୀ, ନୃସିଂହ ପୁରି, ମଣିଭଦ୍ର ଶଙ୍ଖୁଆ, ସନ୍ତୋଷ ପାଢ଼ି ପ୍ରମୁଖ ଦାବି କରିଛନ୍ତି ।

Shrutilipi ad