Img 20250722 wa0247

ସାପଘରା ର ରାଖାଡିହ ସାହି ରାସ୍ତା ବେହାଲ; କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ର ବହଳଦା ବ୍ଲକ ଅନ୍ତର୍ଗତ ସୁରୁଦା -ଯଶିପୁର ପଞ୍ଚାୟତର   ସାପଘରା ର ରାଖାଡିହ ସାହି ରାସ୍ତା ବିପର୍ଯ୍ଯସ୍ତ  l ଏହି ପଞ୍ଚାୟତ ରୁ ଵହଳଦା ବ୍ଳକ ଅଧ୍ୟକ୍ଷା ଭାବେ ପ୍ରତିନିଧିତ୍ବ କରୁଛନ୍ତି ବ୍ଳକ ଅଧ୍ୟକ୍ଷା ଦୀପାଞ୍ଜଳି ସିଂ । ବର୍ଷାରେ କାଦୁଅ ପଚ ପଚ ରାସ୍ତା l ଆଉ ଏହି ରାସ୍ତାରେ ଯିବା ଆସିବା କରିବା ଭାରି କଷ୍ଟକର ହୋଇପଡିଛି । ବର୍ତ୍ତମାନ ସମୟରେ ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l  ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ବିଶେଷ କରି ସ୍କୁଲ, କଲେଜର ଵିଦ୍ଯାର୍ଥୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ  ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l
Shrutilipi ad