Img 20250721 wa0256

ବାରିପଦା ବି ଇ ଓ କାର୍ଯ୍ୟାଳୟରେ ନୂତନ ଓ ବିଦାୟୀ ସି ଆର ସି ସି ଙ୍କୁ ସମ୍ବର୍ଦ୍ଧନା

ରାଜ୍ୟ

ବାରିପଦା: ସ୍ଥାନୀୟ ମୁର୍ଗାବାଡି ସ୍ଥିତ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୪ ଜଣଙ୍କ ୫ ବର୍ଷୀୟା କାର୍ଯ୍ୟକାଳ ପୂରିଯାଇଥିବାରୁ ସେମାନଙ୍କ ସ୍ଥାନରେ ନୂତନ ୪ ଜଣ ସି ଆର ସି ସି ଯୋଗଦାନ କରିଛନ୍ତି I ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସେଠୀଙ୍କ ମାର୍ଗଦର୍ଶନରେ ଏ ବି ଇ ଓ ଡଃ ସ୍ନେହଲତା ବେହେରା, ତପସ୍ୱିନୀ ଦାଶ ଓ ବ୍ରଜମୋହନ ମୁର୍ମୁ ତଥା ସମସ୍ତ ସି ଆର ସି ସି ଓ କର୍ମଚାରୀଙ୍କ ଉପସ୍ଥିତିରେ ନୂତନ ସି ଆର ସି ସି ପଙ୍କଜ କୁମାର ମିଶ୍ର, ଅଜୟ କୁମାର ସାହୁ, ପୁଣ୍ୟତୟା ଦାସ ଓ ଅହଲ୍ୟା ସ୍ୱାଇଁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବିଦାୟୀ ସି ଆର ସି ସି କଲ୍ୟାଣଶିଷ ଦାସ, ଦେବରଞ୍ଜନ ସାହୁ, ଅଭିରାମ ହେମ୍ବ୍ରମ ଓ ଚୈତନ୍ୟ ହେମ୍ବ୍ରମଙ୍କୁ ମଧ୍ୟ ଉତ୍ତମ କାର୍ଯ୍ୟକଳାପ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା I ପ୍ରାଥମିକ ଶିକ୍ଷା ବିଭାଗର ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ସି ଆର ସି ସି ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବି ଇ ଓ ଶ୍ରୀ ସେଠି ପ୍ରକାଶ କରିବା ସହ ଭବିଷ୍ୟତରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ I

Shrutilipi ad