ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଦିର୍ଘ ଦେଢ଼ ମାସ ହେଲା ଲଗାଣ ବର୍ଷା ଜାରି ରହିଛି l ବର୍ଷା ପ୍ରଭାବ ରେ ଜିଲ୍ଲାର ବିଜାତଳା ବ୍ଲକ ର ଲୁହାଶିଳା ପଞ୍ଚାୟତ କାକୁଡିରମା ଗାଁମୁଣ୍ଡ ପୋଲର ଦୁଇ କୂଳ ଖାଇଯାଛି l
ବର୍ଷାଦିନେ ବିଭିନ୍ନ ପାହାଡରୁ ହଠାତ୍ ବହୁ ପରିମାଣରେ ପାଣି ଆସି ବନ୍ୟା ହୋଇଯାଏ । ପୋଲ ଉପରେ ବନ୍ୟା ହେଲେ ସ୍କୁଲ ଛାତ୍ର, ଛାତ୍ରୀ, ସରକାରୀ ଓ ଵେସରକାରୀ କର୍ମଚାରୀ ପ୍ରମୁଖ ଠିକ ସମୟରେ କାର୍ଯ୍ୟରେ ଯୋଗଦାନ କରିବାରୁ ବଞ୍ଚିତ ହୁଅନ୍ତି ।ଵିଶେଷତଃ ଆମ୍ବୁଲାନ୍ସ ମଧ୍ୟ ଯାଇପାରେ ନାହିଁ । ରୋଗୀ ଯିବା ଆସିବା ଅସୁବିଧା ହୋଇଥାଏ ।ତେଣୁ ଗ୍ରାମ୍ୟ ଉନ୍ନୟନ ଵିଭାଗ ଏହି ପୋଲ ପ୍ରତି ଦୃଷ୍ଟି ଦେଇ ପୋଲଟି କୁ ଉଚ୍ଚ କରିବା ପାଇଁ ଦାବି ହେଉଛି । ପୋଲର ଉଭୟ ପାର୍ଶ଼୍ବ ମାଟି, ପଥର ଖସୁ ଥିବାରୁ ପୋଲଟି ଦୁର୍ବଳ ହେବାକୁ ଯାଉଛି l

