ବାରିପଦା : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଣି ପଞ୍ଚାୟତର ଦୁବୁଲାଵେଡା ଗ୍ରାମରେ ଏକମାତ୍ର ଅନୁଦାନପ୍ରାପ୍ତ ହେରମ୍ବ ନାରାୟଣ ଉଚ୍ଚ ବିଦ୍ଯାଳୟରେ ୨୦୦ ଶହ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ପାଇଁ ଦିର୍ଘବର୍ଷ ହେଲା ଅଂଚଳବାସୀ ,ଅଭିଭାବକ ମହଲ,ଛାତ୍ରଛାତ୍ରୀ ଦାବି କରି ଆସୁଛନ୍ତି । ସୂଚନାଯୋଗ୍ୟ ଏହି ବିଦ୍ୟାଳୟଟି ୧୯୮୮ ମସିହାରେ ମୟୂରଭଂଜ ଜିଲ୍ଲାର ବିଶିଷ୍ଟ ଡାକ୍ତର ତଥା ତତ୍କାଳୀନ ରାଇରଙ୍ଗପୁର ହସ୍ପିଟାଲର ଡାକ୍ତର ପ୍ରମୋଦ ନାଥ ଭୂୟାଁ ଙ୍କ ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା ।ଏହି ବିଦ୍ୟାଳୟରେ ପୁରୁଣା ପାଣି,ଦାଣ୍ଡବୋଷ,ତାମଳଵନ୍ଧ,କଣ୍ଟା ବଣି,କଲରଦା, ମୁରୁଗାଘୁଟୁ,ସାନସିମିଳା,ପାତେପାଣି, ଆନନ୍ଦପୁର, ରାଣିପାଳ,ଦୁଵୁଲାବେଡା,ଵିକାଶନଗର,ସା ନ ଚମ୍ପାଉଦା, ବାଇଦାପୋଷି,ସାନପାଖଣା ପଞ୍ଚାୟତର ଧୁଙ୍ଗିଆଡି,ସାନପାଖଣା, ଅଁଳାଯୋଡି, ଗୁହାଳଡାଙ୍ଗିରୀ,ନିୟୂତି,ଗୁଣ୍ଡୁରିଆ ପ୍ରଭୃତି ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ଏହିଠାରେ ଶିକ୍ଷା ଲାଭ କରୁଛନ୍ତି ।ଏହି ସ୍କୁଲର ଶିକ୍ଷକମାନେ ଭଲ ପାଇବା,ଶୈକ୍ଷିକ ପରିବେଶ ଯୋଗୁଁ ଅଭିଭାବକମାନଙ୍କର ଏହି ସ୍କୂଲ ପ୍ରତି ଆସ୍ଥା ଓ ବିଶ୍ବାସ ରହିଛି ।ଲଗାତର ୪ ବର୍ଷ ହେଲା ଶତ ପ୍ରତିଶତ ମେଟ୍ରିକ ପରୀକ୍ଷାରେ ଉତ୍ତିର୍ଣ ହେଉଛନ୍ତି ।ଏହି ଵିଦ୍ଯାଳୟଟି ମଧ୍ୟ ୫ ଟି ବିଦ୍ୟାଳୟରେ ରୂପାନ୍ତରିତ ହୋଇଛି ।କିନ୍ତୁ ଦୁଃଖର ବିଷୟ ଏହି ବିଦ୍ୟାଳୟରେ ଛାତ୍ରାବାସ ନ ଥିବାରୁ ପିଲାମାନେ ବହୁ ଦୂରଦୂରାନ୍ତ ୧୦/୧୨ କିମି ଦୂରରୁ ଆସି ହଇରାଣ ହରକତ ହେଉଛନ୍ତି ।ଅଭିଭାବକମାନେ ବାରମ୍ବାର ପ୍ରଶାସନକୁ ୨୦୦ ଶଯ୍ୟା ଵିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଦାବି କଲେ ମଧ୍ୟ ପ୍ରଶାସନ ଏହାକୁ ଅଣଦେଖା କରୁଛି ।ଏହି ହଷ୍ଟେଲ ହେଲେ ନୂତନ ବାଇଦାପୋଷୀ ଷ୍ଟାଡିୟମର ଆଗାମୀ ଦିନରେ କ୍ରୀଡା ପିଲା ରହି ପାଠ ପଢିବେ ।ତଦସହ ଏହି ହଷ୍ଟେଲରେ ରହି ପିଲାମାନେ କଣ୍ଟାବଣି ଉଚ୍ଚ ପ୍ରାଥମିକ ଵିଦ୍ଯାଳୟ , ଵାଇଦାପୋଷୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଇରଙ୍ଗପୁର ହାଇସ୍କୁଲରେ ଯିବା ଆସିବା କରି ପାଠ ପଢି ପାରିବେ ।ତେଣୁ ଜିଲ୍ଲାପାଳ ମହୋଦୟ ଅତି ଶିଘ୍ର ଏହି ହାଇସ୍କୁଲରେ ୨୦୦ ଶଯ୍ୟା ବିଶିଷ୍ଟ (୧୦୦ ଶଯ୍ଯା ବାଳକ,୧୦୦ ଶଯ୍ଯା ବାଳିକା) ଛାତ୍ରାଵାସ ଛାତ୍ରାବାସ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଅଭିଭାବକ,ଛାତ୍ରଛାତ୍ରୀ ଏବଂ ଅଂଚଳଵାସୀ ଦାବି କରୁଛନ୍ତି ।

