ଆଗରପଡ଼ା :ଆଗରପଡ଼ା ଅଂଚଳର ବିଜେଡି ଯୁବନେତା ମାନସ ପଟ୍ଟନାୟକ(ଟିକିଆ) ଆହତ ହୋଇ ଆଗରପଡ଼ା ମେଡିକାଲରେ ଚିକିତ୍ସାଧୀନ ଥିବାର ଜଣାପଡ଼ିଛି । ରବିବାର ତାଙ୍କ ବାସଭବନ ଟିକିରାରୁ ମାର୍କେଟ ଆସୁଥିଲେ । ମୁଖ୍ୟରାସ୍ତାରେ କିଛି ଗଛ ଡାଳ ପଡ଼ିଥିଲା । ଅନ୍ୟମନସ୍କ ବଶତଃ ଏହା ଉପରେ ଚଢ଼ି ଯିବାରୁ ତାଙ୍କ ପାଦ ଖସି ଯାଇଥିଲା ଓ ତଳେ ପଡ଼ିଯାଇ ଆହତ ହୋଇଥିଲେ । ଏଥିରେ ତାଙ୍କର ଗୋଡ଼ ଓ ହାତରେ ଆଘାତ ଲାଗିଥିଲା । ଖବର ପାଇ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ମନ୍ମଥ ଦାସ, ବ୍ରଜକିଶୋର ମହାନ୍ତି, ଲକ୍ଷ୍ମୀଧର ନାୟକ, ଅନାମ ବେହେରା ପ୍ରମୁଖ ମେଡିକାଲକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।

