Photo for the news of yoga

ବରିଷ୍ଠ ନାଗରିକ ସଂଘରେ ଯୋଗ ଶିବିର

ରାଜ୍ୟ

ଆଗରପଡ଼ା :ଆଗରପଡା ବରିଷ୍ଠ ନାଗରିକ ସଂଘରେ ଯୋଗ ଶିବିର କୁଆଁସମଢ଼ିଆ ସ୍ଥିତ ସଂଘ ଗୃହରେ ଉଦ୍ଘାଟିତ ହୋଇଯାଇଛି । ସଂଘ ସଭାପତି କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ଥାନା ଅଧିକାରୀ ଦେବରାଜ୍ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ସହିତ ଶିବିର ଉଦ୍ଘାଟନ କରିବା ସହିତ ବକ୍ତବ୍ୟରେ ବରିଷ୍ଠ ନାଗରିକଙ୍କୁ ପ୍ରତ୍ୟହ ଯୋଗ ପ୍ରାଣାୟମ କରିବା ଦ୍ୱାରା ବୟସର ଅପରାହ୍ନରେ ଶରୀରକୁ ସୁସ୍ଥ ରଖିବାରେ ପ୍ରମୁଖ ଉପାୟ ବୋଲି ସେ କହିଥିଲେ । ଏଥିସହିତ ସେ ନିଜେ ଯୋଗରୁ ଆରୋଗ୍ୟ ହେବା ସହିତ ନିୟମିତ ଅଭ୍ୟାସ କରୁଥିବା ପ୍ରକାଶ କରିଥିଲେ । ଜିଲ୍ଲା ଯୋଗଗୁରୁ ଧରଣୀଧର କର ଯୋଗ ଶିକ୍ଷା ଦେଇଥିଲେ । ସଂଘ ସମ୍ପାଦକ ରଞ୍ଜନ ଦାଶ, କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ , ଉପସଭାପତି ଚିତ୍ତରଞ୍ଜନ ସାମନ୍ତରାୟ, ଉପଦେଷ୍ଟା ସୁବାସ ଦାଶ, ଗୋବିନ୍ଦ ଚନ୍ଦ୍ର ସାହୁ, ସଭ୍ୟ ସୁରେନ୍ଦ୍ର ନାଥ ବିନ୍ଧାଣୀ ,ମହେନ୍ଦ୍ର ମଲ୍ଲିକ, ଶତୃଘ୍ନ ପାଣିଗ୍ରାହୀ, ସତ୍ୟେନ୍ଦ୍ର ମହୁରୀ, ପଦ୍ମନାଭ ଦାଶ, ଜଗନ୍ନାଥ ଶତପଥୀ, କୃଷ୍ଣ ଚନ୍ଦ୍ର ରଣା ,ଗୋଲକ ବିହାରୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିଥିଲେ ।