Indo 2025 07 20 18 15 44

ଇଣ୍ଡୋନେସିଆ : ଜାହାଜରେ ଅଗ୍ନିକାଣ୍ଡ, ଭୟରେ ସମୁଦ୍ରକୁ ଡେଇଁଲେ ଯାତ୍ରୀ

ଦେଶ - ବିଦେଶ

ଜାକାର୍ତ୍ତା : ଇଣ୍ଡୋନେସିଆ ନିକଟସ୍ଥ ସମୁଦ୍ରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ଯୋଗୁଁ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ । ଏହି ଅଗ୍ନିକାଣ୍ଡର ଭିଡିଓ ଭାଇରାଲ ହୋଇଛି ।

ସୂଚନା ଅନୁସାରେ ଉତ୍ତର ସୁଲାୱେସିର ତାଲିସ୍ ଦ୍ୱୀପ ନିକଟରେ କେଏମ ବାର୍ସିଲୋନା ଭିଏ ଜାହାଜରେ ହଠାତ୍ ନିଆଁ ଲାଗିଯାଇଥିଲା ଓ ଦେଖୁ ଦେଖୁ ନିଆଁ ସାରା ଜାହାଜକୁ ବ୍ୟାପିଯାଇଥିଲା । ଏହା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଓ କେତେକ ଯାତ୍ରୀ ନିଜ ଜୀବନ ବଞ୍ଚାଇବା ପାଇଁ ଜାହାଜରୁ ଡେଇଁ ପଡ଼ିଥିଲେ। ଅନେକ ଯାତ୍ରୀ ଏହି ସମ୍ପୂର୍ଣ୍ଣ ଭୟଙ୍କର ଦୃଶ୍ୟକୁ ନିଜ ଫୋନରେ ରେକର୍ଡ ମଧ୍ୟ କରିଛନ୍ତି।

ସୂଚନା ଅନୁସାରେ ଜାହାଜରେ ୨୮୦ରୁ ଅଧିକ ଲୋକ ଥିଲେ। ଅଗ୍ନିକାଣ୍ଡ ପରେ ଭୟଭୀତ ଯାତ୍ରୀମାନେ ନିଆଁରୁ ରକ୍ଷା ପାଇବା ପାଇଁ ସମୁଦ୍ରକୁ ଡେଇଁ ପଡ଼ିଥିବା ଦେଖାଯାଇଥିଲା। ଜାହାଜରେ ଅନେକ ଛୋଟପିଲା ମଧ୍ୟ ଥିଲେ। ଖବର ପାଇଁ ଇଣ୍ଡୋନେସିଆର ନୌସେନା ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କିମ୍ବା କେତେ କ୍ଷତି ହୋଇଛି ତାହା ନିଶ୍ଚିତ ହୋଇନାହିଁ।

Shrutilipi ad