Img 20250719 wa0185

ସମ୍ପର୍କ ପରିବାରର କାର୍ଯ୍ୟକାରଣୀ ବୈଠକ, ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଜ୍ୟ
ବାରିପଦା – ବାରିପଦା ଠାରେ ସମ୍ପର୍କ ପରିବାର ନାମରେ ଏକ ସାମାଜିକ ସଂଗଠନ ଗଠିତ ହେବା ସହ ନୂତନ ଭାବେ ଏହାର କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି. ସଭାପତି ଭାବରେ ସଂଜୀବ ରାଉତ, ଉପସଭାପତି ଚନ୍ଦ୍ର ଶେଖର ଘୋଷ, ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ଦାସ, ସହ ସମ୍ପାଦକ ଚନ୍ଦନ ବିଶ୍ୱାଳ, କୋଷାଧ୍ୟକ୍ଷ ତରୁଣ କୁମାର ଦାଶ, ସହ କୋଷାଧ୍ୟକ୍ଷ ଶୁଭବ୍ରତ ଦାଶ, ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ମୋଟ 18 ଜଣ ମନୋନୀତ ହୋଇଛନ୍ତି. ଅନୁଷ୍ଠିତ ଉକ୍ତ ବୈଠକରେ ନବ ନିର୍ବାଚିତ କର୍ମକର୍ତ୍ତା ମାନେ ନିଜ ନିଜର ଦାୟିତ୍ୱ ଗ୍ରହଣ କରିଥିବା ବେଳେ, ସେମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷଗୁଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି. ସର୍ବ ପ୍ରଥମେ ବାଲେଶ୍ଵର ଫକିର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା. ବରିଷ୍ଠ ସଦସ୍ୟ ଦୀପକ କୁମାର ନାୟକ ସଭା ପରିଚଳନା କରିଥିବା ବେଳେ ସଭାପତି ସଂଜୀବ ରାଉତ, ସମ୍ପାଦକ ଚିତ୍ତରଞ୍ଜନ ଦାସ, ସଦସ୍ୟ ଅଭିଜିତ ମହାନ୍ତି, ଆର୍ଯ୍ୟଭଟ ମହାନ୍ତି, ସୌଭାଗ୍ୟ ମହାପାତ୍ର ପ୍ରମୁଖ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ବିଭିନ୍ନ ପ୍ରସ୍ତାବ ଗୁଡିକ ଉପରେ ଆଲୋଚନା କରିଥିଲେ. ସଭାରେ ସମ୍ପର୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ଶେଷରେ ସଦସ୍ୟ ଶ୍ରୀକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ.
Shrutilipi ad