Fm college 750x430

ଏଫଏମ ଛାତ୍ରୀ ମୃତ୍ୟୁ ମାମଲା: ତରବରିଆ ଭାବେ ପ୍ରସ୍ତୁତ ହୋଇଥିଲା ଆଇସିସି ରିପୋର୍ଟ

ରାଜ୍ୟ

ବାଲେଶ୍ବର: ଫୋକିର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଇସିସି ରିପୋର୍ଟ ସତ। ରିପୋର୍ଟରେ ବିସ୍ଫୋରକ ବୟାନ ଦେଇଛନ୍ତି ଆଇସିସି ସଦସ୍ୟ। ସମୟ ସ୍ବଳ୍ପତା ଭିତରେ ତରବରିଆ ଭାବେ ପ୍ରସ୍ତୁତ ହୋଇତିଲା ICC ରିପୋର୍ଟ। ଯେଉଁମାନେ କମିଟିରେ ଥିଲା ସେମାନେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ।

ଅଧ୍ୟାପକଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଥିଲା ତା ସପକ୍ଷରେ ଯାଇନଥିଲେ ପିଲାମାନେ। ଲଟେରୀ ମାଧ୍ୟମରେ ଚୟନ କରାଯାଇ ଛାତ୍ରଛାତ୍ରୀଙ୍କ ବୟାନ ନିଆଯାଇଥିଲା। ବର୍ତ୍ତମାନ ତଦନ୍ତ ସଠିକ ବାଟରେ ଯାଉନାହିଁ। ଏବେ ଯେଉଁ ପିଲାଙ୍କ ବୟାନ ରେକର୍ଡ ହେଉଛି ସେମାନଙ୍କୁ ଆମେ ଚିହ୍ନି ନାହୁଁ। ଅନ୍ୟ ବିଭାଗର ପିଲାଙ୍କୁ ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରଛାତ୍ରୀ କହି ବୟାନ ନିଆଯାଉଛି। ଘଟଣା ପଛରେ ସତ୍ୟାସତ୍ୟ ଆସିବା ଦରକାର।

ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ବେଳେ କାହିଁକି ହେଉଥିଲା ଭିଡିଓଗ୍ରାଫି। ସାଇକେଲ ଚଢ଼ି ଆସୁଥିବା ଝିଅ ଜୀବନ ହାରିବା ପାଇଁ ସଙ୍ଗେ ସଙ୍ଗେ ପେଟ୍ରୋଲ ପାଇଲା କେଉଁଠୁ । ଘଟଣା ଦିନ ପେଟ୍ରୋଲ କେଉଁଠୁ ଆସିଲା, ଏବଂ କିଏ ଆଣିଲା, ସେ ନେଇ କିଛି ସୁରାକ୍ ମିଳିଥିବା କୁହାଯାଉଛି। କ୍ରାଇମବ୍ରାଞ୍ଚ ତଦନ୍ତକୁ ନିରପେକ୍ଷ କରି ସତ୍ୟକୁ ସାମ୍ନାକୁ ଅଣାଯାଉ ବୋଲି କହିଛନ୍ତି ଆଇସିସି ସଦସ୍ୟ ।

ଅନ୍ୟପଟେ ତାରିଣୀ ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କ ସୂଚନା ଅନୁସାରେ ଜଣେ ଯୁବତୀ ବୋତଲରେ ପେଟ୍ରୋଲ ନେଇଥିଲେ। ସ୍କୁଟିରେ ପେଟ୍ରୋଲ ନାହିଁ ବୋଲି କହି ପେଟ୍ରୋଲ ନେଇଥିଲେ। ସେହି ପେଟ୍ରୋଲରେ କଲେଜ ଛାତ୍ରୀ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ତେବେ ସମ୍ପୃକ୍ତ ଯୁବତୀ ଜଣକ କିଏ ସେ ସମ୍ପର୍କରେ ତଦନ୍ତକାରୀ ଦଳ ଭିଡ଼ିଓ ଫୁଟେଜ ଓ ଅନ୍ୟ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି। ଫଳରେ କ୍ରାଇମବ୍ରାଞ୍ଚ ଟିମକୁ ଏକ ବଡ଼ ସୁରାକ ଲାଗିଥିବା କୁହାଯାଉଛି। ସମ୍ପୃକ୍ତ ଯୁବତୀଙ୍କୁ ଚିହ୍ନଟ କରି ପଚରାଉଚରା କଲେ ସେ କାହା ପାଇଁ ଓ କେଉଁ ଉଦ୍ଦେଶ୍ୟରେ ପେଟ୍ରୋଲ କିଣିଥିଲେ ତାହା ଅଧିକ ସ୍ପଷ୍ଟ ହେବ।

Shrutilipi ad