ବାରିପଦା: ଆଜି ଏକ ଦୁଷ୍କର୍ମ ସଂକ୍ରାନ୍ତୀୟ ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ପ୍ରଥମ) ତଥା ସ୍ପେଶାଲ ଜଜ ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଘା ଥାନା ଅନ୍ତର୍ଗତ ଅଁଳା ଗ୍ରାମର ର ଭୁଷୁ ଏଲିଏସ ଦୁର୍ୟୋଧନ ମହାନ୍ତ (62) କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସମେତ ପଚାଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଏଥି ସହିତ ଆଦାୟ ଜୋରିମନା ଅର୍ଥ ପୀଡିତା କୁ ଦେବା ପାଇଁ ରାୟରେ ଉଲେଖ କରାଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ 28-12-2021 ରିଖ ଅଭିଯୋଗକାରୀ ଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କ ନଣଦେଇ ଜଣେ ଭିନ୍ନକ୍ଷମ ଅଟନ୍ତି l ତାଙ୍କର ଦେହ ଖରାପ ହେବାରୁ ତାଙ୍କର ମେଡିଲାଲ ଟେଷ୍ଟ କରାଯାଇଥିଲା l ଏଥିରେ ସିଏ ଗର୍ଭବତୀ ଥିବାର ଜଣାପଡିଥିଲା l ଏ କଥା ଜଣାପଡିବପରେ ସମ୍ପୃକ୍ତ ପୀଡିତା ଙ୍କୁ ଏ ବିଷୟରେ ପଚାରିବାରୁ ତାଙ୍କ ସହିତ ଅଭିଯୁକ୍ତ ଦୁ୍ୟୋଧନ ମହାନ୍ତ ବାରମ୍ବାର ତାଙ୍କ ଇଚ୍ଛା ବିରୋଧରେ ଦୁଷ୍କର୍ମ କରିଥିବାର ପ୍ରକାଶ କରିଥିଲେ l ଏ ବାବଦରେ ରାସଗୋବିନ୍ଦପୁର ଥାନାରେ 279/2021କେସ ନମ୍ବର ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ଉକ୍ତ ମାମଲାର ସମସ୍ତ ନଅ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ମାନ୍ୟବର ଅଡାଲତ ପକ୍ଷରୁ ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ l

