ଆଗରପଡ଼ା :ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ଗୁରୁବାର କଂଗ୍ରେସ ଓଡ଼ିଶା ବନ୍ଦ ଡାକରାରେ ଏହି ଦଳ ସମେତ ୮ ଗୋଟି ବାମପନ୍ଥୀ ଦଳ ସମର୍ଥନରେ ଆଗରପଡ଼ା ଜୋନ୍ରେ ଓଡ଼ିଶା ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଛି । ସମସ୍ତ ଯାନବାହନ ଚଳାଚଳ, ଦୋକାନ,ବଜାର,ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା । ଏଥିରେ ବନ୍ତ ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସ୍ୱାଇଁ, ଜୋନ୍ ସଭାପତି ରବିନାରାୟଣ ମହାନ୍ତି, ସରପଂଚ ସବିତା ନାୟକ, ପ୍ରାକ୍ତନ ସରପଂଚ ସତ୍ୟବାନ୍ ଦାସ , ପ୍ରଦିପ୍ତ ନାୟକ, କାର୍ତ୍ତିକ ଜେନା , କଳ୍ପତରୁ ସାହୁ, ଜଗବନ୍ଧୁ ବେହେରା,ବାଙ୍କବିହାରୀ ଯେନା, ଚିତ୍ତରଞ୍ଜନ ସାମନ୍ତରାୟ, ଦିଲୀପ ପୁହାଣ ,ପ୍ରଭାତ ପଣ୍ଡା, ଛାୟାକାନ୍ତ ନନ୍ଦ, ଜୟଦେବ ସିଂହ ଏବଂ ସହଯୋଗୀ ଦଳ ବାମପନ୍ଥୀ ନେତା ପ୍ରଭାସ ମହାପାତ୍ର,ନାରୀନେତ୍ରୀ ରୋଜାଲିନ ସାମ୍ୟବାଦୀ, ଯୁବ କଂଗ୍ରେସ ସଭାପତି ମହେଶ୍ୱର ଦାସ, ପ୍ରକାଶ ମହାକୁଡ଼, ଶଶିକାନ୍ତ ଘୋଷ, ସତ୍ୟରଞ୍ଜନ ମିଶ୍ର, ବାବୁଲି ପତି,ବିଜୟ ବାରିକ, ବିନୋଦ ମାଝୀ, ନିରଞ୍ଜନ ପୁହାଣ, ପ୍ରକାଶ ଜେନା, ସମେତ ବହୁ କଂଗ୍ରେସ କର୍ମୀ ଓ ବାମପନ୍ଥୀ ଦଳ ର କର୍ମକର୍ତ୍ତା ମାନେ ଏହି ଆନ୍ଦୋଳନରେ ସାମିଲ ଥିଲେ । ଅନୁରୂପ ଭାବେ ବନ୍ତରେ ମଧ୍ୟ ବନ୍ଦ ଡ଼ାକରା ସମ୍ପର୍ଣ୍ଣ ଭାବେ ସଫଳ ହୋଇଛି ।


