ବାରିପଦା- ତା ୧୫/୦୭/ ଆଜି ବାରିପଦା ଠାରେ ଜିଲ୍ଲା ର ଅଗ୍ରଣୀ ତଥା ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ଏକ ବିଶାଳ ଯୁବ ଛାତ୍ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି l ମୟୁରଭଞ୍ଜ ମାଟି ଓ ମୟୂରଭଞ୍ଜ ବାସୀ ଙ୍କ ସ୍ବାର୍ଥ ପାଇଁ ଭଞ୍ଜସେନା ର ୨୭ ବର୍ଷ ନିରବଚ୍ଛିନ୍ନ ଆନ୍ଦୋଳନ ପାଇଁ ଅନୁପ୍ରାଣୀତ ହୋଈ ବାଙ୍ଗିରିପୋଷି ଅଞ୍ଚଳ, ବାରିପଦା ଆଖପାଖ ଅଞ୍ଚଳ ତଥା ବାରିପଦା ସହର ର ବିଭିନ୍ନ ୱାର୍ଡ ଅଞ୍ଚଳ ର, ସାମାଖୁଣ୍ଟା ବ୍ଲକ୍ ଏବଂ ପୋଡ଼ା ଅସ୍ତିଆ ଅଞ୍ଚଳ ର ଶତାଧିକ ଯୁବ ଓ ଛାତ୍ର ମାନେ ମିଶ୍ରଣ ଦିବସ ରେ ଭଞ୍ଜ ସେନା ସହ ଜଡ଼ିତ ହୋଇ ଛନ୍ତି, ତା ସହ ଆଗ କୁ ଭଞ୍ଜସେନା ଆହୁରି ସସକ୍ତ କରିବା ପାଇଁ ବଦ୍ଧ ପରିକର ହୋଈ ଛନ୍ତି l
ଆଜିର ଏହି ମିଶ୍ରଣ ପର୍ବ ସଭା ରେ ସର୍ବ ପ୍ରଥମେ ବାଲେଶ୍ଵର ଫକିର ମୋହନ ବିଶ୍ବବିଦ୍ୟାଳୟର ବି ଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ଆତ୍ମା ର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଥିଲା l ସଙ୍ଗଠନ ର ସଭାପତି ପିଣ୍ଟୁ ମାଇତି ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଉକ୍ତ ମିଶ୍ରଣ ପର୍ବ ରେ ଅଧ୍ୟକ୍ଷ ସଞ୍ଜୀବ ରାଉତ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଆବାହକ ରାକେଶ ବେହେରା, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା,ସାଧାରଣ ସମ୍ପାଦକ ଓ ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ଉପ ସଭାପତି ବିଜୁ ସିଂ, ସହର ସଭାପତି ରାକେଶ ମହାନ୍ତି, ଯୁବ ସଭାପତି ଏସ୍. କେ ରାଜା ଖାଁ, ଯୁବ ଉପ ସଭାପତି ସଞ୍ଜୟ ମହାନ୍ତ, ଯୁବ ସହର ସଭାପତି ସଞ୍ଜୟ ମାହାନ୍ନା, ସୋସିଆଲ ମିଡ଼ିଆ କୋଡ଼ିନେଟର ମୁକ୍ତି ଦତ୍ତ ପରିଡ଼ା, ସାଧାରଣ ସମ୍ପାଦକ ସୁନିଲ ମହାପାତ୍ର, ଗୌରାଙ୍ଗ ଘଡେ଼ଇ,ସ୍ୟାମାଖୁଣ୍ଟା ବ୍ଲକ୍ ସଭାପତି ଶୁଭମ୍ ସିଂ, ଶ୍ୟାମା ଖୁଣ୍ଟା ବ୍ଲକ ଉପସଭାପତି ଜିତୁ ସିଂ , ମହିଳା ଶାଖା ସଭାପତି ରୂପାଲି ରୁପନିତା ବେହେରା, ଛାତ୍ର ଉପସଭାପତି ମନୋଜ ସାହୁ,ସମ୍ପାଦକ ସତ୍ୟ ପୃଷ୍ଟି, ରୁଦ୍ର ପଟ୍ଟନାୟକ, ସମ୍ପଦ ପୃଷ୍ଟି, ସୌମ୍ୟରଂଜନ ଦାସ ବାବୁ, ଶମ୍ଭୁନାଥ ରଣା, ଦେବାଶିଶ ନାଏକ ପ୍ରମୁଖ ଉପସ୍ଥିତ ରହି ଶ୍ୟାମା ଖୁଣ୍ଟା ବ୍ଲକ୍ କାର୍ଯ୍ୟକାରୀ ସଭାପତି ଦୀପକ୍ ବେହେରା ଙ୍କ ନେତୃତ୍ୱ ରେ ଆସି ଥିବା ୩୦୦ ରୁ ଉର୍ଦ୍ଧ ଯୁବ ଛାତ୍ର ଙ୍କୁ ସ୍ଵାଗତ କରିବା ସହ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇ ଥିଲେ l
ଏହି ପରିପ୍ରେକ୍ଷୀରେ ଢିପା ସାହି ଅଞ୍ଚଳ ର ଦିବ୍ୟଜ୍ୟୋତି ଦାସ, ଷ୍ଟେସନ ବଜାର ଅଞ୍ଚଳ ର ଦେବାଶିଷ ସାହୁ, ବଜ୍ରତୁଣ୍ଡି ଅଞ୍ଚଳ ର ଶୁକଦେବ ଧଡ଼ା, ଦରକୁଳି ର ଅର୍ଜୁନ ପରିଛା, ଦେବେନ୍ଦ୍ରପୁର ଅଞ୍ଚଳ ର ଶେଖର ଅଲ୍ଲୀ, ବାଙ୍ଗିରିପୋଷି ର ଚିନ୍ମୟ ବେହେରା, ଦାମୋଦର ପୁର ଅଞ୍ଚଳ ର ଅର୍ଣବ୍ ଦତ୍ତ, କାଳିକାପୁର ର କ୍ରିଷ୍ଣା ବୈଠା, ଆହାରୀ ର ଅରୁଣ ସିଂ ପ୍ରମୁଖ ଯୁବ ଓ ଛାତ୍ର ନେତୃତ୍ୱ ଙ୍କୁ ସ୍ଵାଗତ କରିବା ଭଞ୍ଜସେନା ସହ ଜଡ଼ିତ ହୋଇ ଆଗକୁ ସଙ୍ଗଠନ ର କାର୍ଯ୍ୟ ଧାରା ରେ ନିଜକୁ ସାମିଲ କରିବେ ବୋଲି ନିଜର ବକ୍ତବ୍ୟ ରଖି ଥିଲେ l
ସଭାକାର୍ଯ୍ୟ ପରିଶେଷରେ ଭଞ୍ଜସେନା ର ସମସ୍ତ ନେତ୍ରୁ ମଣ୍ଡଳୀ, କର୍ମୀ ଏବଂ ନୂତନ କର୍ମୀ ମାନେ ଗତ କାଲି ମୃତ୍ୟ ବରଣ କରି ଥିବା ସୌମ୍ୟାଶ୍ରୀ ଙ୍କ ଫଟୋ ରେ ପୁଷ୍ପ ଅର୍ପଣ ସମୂହ ପ୍ରଦୀପ ପ୍ରଜ୍ବଳନ କରି ତାଙ୍କର ଆତ୍ମା ର ଶାନ୍ତି ପାଇଁ ପ୍ରାର୍ଥନା କରିବା ସହ ତାଙ୍କର ପରିବାର କୁ ଭଗବାନ ସାହସ ଓ ଶକ୍ତି ଦିଅନ୍ତୁ ତାସହିତ ଆଗାମୀ ଦିନରେ ମାଆ ଭଉଣୀ ମାନଙ୍କ ସୁରକ୍ଷା ପାଇଁ ଭଞ୍ଜସେନା ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି l

