Oplus 16777218

ଆଦର୍ଶ ବିଦ୍ୟାଳୟ, ସାନଶୋଳର ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରାବାସ ଉଦଘାଟିତ

ରାଜ୍ୟ
ବାରିପଦା:   ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ସାନଶୋଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରାବାସ ଆଜି ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟିକା ସଂଜଳି ମୁର୍ମୁ, ଜିଲ୍ଲା ପରିଷଦ ସଭାପତି  ଭାରତୀ ହାଁସଦା, ଜିଲ୍ଲା ଶିକ୍ଷା ଅଧିକାରୀ  ପୂର୍ଣ୍ଣଚନ୍ଦ୍ର ସେଠୀ, ବ୍ଲକ ଉନ୍ନୟନ ଅଧିକାରୀ  ମୁନା ସେଠୀ, ବ୍ଲକ ଶିକ୍ଷା ଅଧିକାରୀ ଦିପ୍ତିମୟୀ ସିଂ, ଜିଲ୍ଲା ପରିଷଦ  ମଧୁସୂଦନ ସିଂ, ବ୍ଲକ ଚେୟାରମ୍ୟାନ  ଚନ୍ଦ୍ରମୋହନ ସିଂ ତଥା ଜିଲ୍ଲା ବିଜ୍ଞାନ ପରିଦର୍ଶକ  ଜ୍ଞାନରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ  କରିଥିଲେ ।  ପରିବେଶ ସୁରକ୍ଷା ସପ୍ତାହ ପାଳନ ଅବସରରେ ଛାତ୍ରାବାସ ପରିସର ମଧ୍ୟରେ ଅତିଥିମାନଙ୍କଦ୍ଵାରା ବୃକ୍ଷରୋପଣ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ  ଦେବେନ୍ଦ୍ର କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବଟି ବହୁ ଆଡମ୍ବର ସହିତ ସମାପ୍ତ ହୋଇଥଲା। ପରିଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ଗଠନାତ୍ମକ ଉପଦେଶମାନ ପ୍ରଦାନ କରିଥିଲେ।ଏହି ଉତ୍ସବରେ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ସଫଳ ହୋଇଛି ବୋଲି ଅଧ୍ୟକ୍ଷ ଅଭିମତ ରଖିଥିଲେ।
Shrutilipi ad