ବଡ଼ ଭଉଣୀଙ୍କୁ ହତ୍ୟା ଅଭିଯୋଗରେ ଭାଇ କୁ ଜେଲଦଣ୍ଡ

ରାଜ୍ୟ

ବାରିପଦା: ଆଜି ଏକ ହତ୍ୟା ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ପ୍ରଥମ) ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ ହତ୍ୟାକାରୀ ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ର ଭୁଦାନ ହେମ୍ବ୍ରମ (45) କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା 304 ପାର୍ଟ (2) ଅନୁଯାୟୀ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ ସମେତ କୋଡିଏ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଏଥି ସହିତ ଆଦାୟ ଜୋରିମନା ଅର୍ଥ କୁ ମୃତକ ଙ୍କ ପରିବାର ଵର୍ଗ କୁ ଦେବା ପାଇଁ ରାୟରେ ଉଲେଖ କରାଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ 2023 ମସିହା ମାର୍ଚ୍ଚ 21 ତାରିଖ ଦିନ ଅଭିଯୁକ୍ତ ଭୁଦାନ ହେମ୍ବ୍ରମ ଏବଂ ତାର ସ୍ତ୍ରୀ ମାଳତି ହେମ୍ବ୍ରମ ଉକ୍ତ ଥାନା ଅନ୍ତର୍ଗତ ବେଗୁନିଆବନ୍ଧ କୁ ଭୁଦାନ ର ବଡ଼ ଭଉଣୀ ଜାବା ବାସ୍କେ ଘର ଗାଁ କୁ ଯାଇଥିଲେ l ସେଠାରେ ପୂର୍ବରୁ ଭୁଦାନ ଏବଂ ତାର ଭଉଣୀ ଜାବା ମଧ୍ୟରେ ଗଛ କଟାକୁ ନେଇ ଲାଗିଥିବା ଏକ ବିବାଦର ସମାଧାନ ପାଇଁ ଏକ ଗ୍ରାମସଭା ବସିଥିଲା l ଉକ୍ତ ଗ୍ରାମସଭା ରେ ଗ୍ରାମ ମୁଖିଆ ଙ୍କ ସମେତ ଅନ୍ୟ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ l ଗ୍ରାମସଭା ସରିବା ପରେ ଭୁଦାନ ଏବଂ ତାର ସ୍ତ୍ରୀ ମାଳତି ଆସି ଉକ୍ତ ଗ୍ରାମରେ ଅନ୍ୟ ଜଣଙ୍କ ଘରେ ସେହି ବିଷୟରେ କଥା ହେଇଥିବା ସମୟରେ ଜାବା ବାସ୍କେ ସେଠାକୁ ଭୁଦାନ ର ସାନ ଝିଅ କୁ ଧରି ଆସିଥିଲା l ଝିଅ ଟି ତାର ବାପା ମା ପାଖକୁ ପଳାଇଯିବା ସମୟରେ ଜାବା ପାଖରେ ରଖିଥିବା ଏକ ଗାମୁଛାରେ ଛେପ ପକାଇ ସେମାନଙ୍କ ଉପରକୁ ଫୋପାଡ଼ି ଦେଇ ଉକ୍ତ ସ୍ଥାନରୁ ପଳାଇଥିଲା l ଏଥିରେ ଉତ୍ୟକ୍ତ ହୋଇ ଭୁଦାନ ଏବଂ ତାର ସ୍ତ୍ରୀ ଜାବା ଘରକୁ ଆସି ପଚାରିବାରୁ ଉଭୟଙ୍କ ମଧ୍ୟରେ ଵଚସା ହୋଇଥିଲା l  ଭୁଦାନ ଭଉଣୀ ଜାବା କୁ ପିଟାମାରା କରିଥିଲା l ଫଳରେ ଜାବା ଗୁରୁତର ହୋଇ ମୃତ୍ୟୁବରଣ କରିଥିଲା l ଜାବା ର ସ୍ୱାମୀ ପୂର୍ବ ରୁ ମୃତ୍ୟୁବରଣ  କରିଥିବାବେଳେ ତାର ତିନିଗୋଟି ସନ୍ତାନ ଅଛନ୍ତି l ଏ ବାବଦରେ ବାଙ୍ଗରିପୋଷୀ ଥାନାରେ କେସ ନମ୍ବର 85/2023 ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ଉକ୍ତ ମାମଲାର ସମସ୍ତ ଚଉଦ ଜଣ ସାକ୍ଷୀ  ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ମାନ୍ୟବର ଅଡାଲତ ପକ୍ଷରୁ ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସରେ ପୂର୍ବରୁ ଥିବା ଅନ୍ୟତମ ଅଭିଯୁକ୍ତ ଭୁଦାନ ହେମ୍ବ୍ରମ ର ସ୍ତ୍ରୀ ମାଳତି ହେମ୍ବ୍ରମ କୁ ଆବଶ୍ୟକୀୟ ପ୍ରମାଣ ଅଭାବରୁ ଅଡାଲତ ପକ୍ଷରୁ ନିର୍ଦ୍ଧଶରେ ଖଲାସ କରାଯାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ l

Shrutilipi ad