Kangaru

କଙ୍ଗାରୁ କୋର୍ଟକୁ ନେଇ ମୁହଁ ଖୋଲିଲେ ଆଇନମନ୍ତ୍ରୀ: ଏଣିକି ମିଳିବ କଡ଼ା ଦଣ୍ଡ

ରାଜ୍ୟ

ଭୁବନେଶ୍ୱର,୧୪।୭: ରାଜ୍ୟରେ ହେଉଥିବା କଙ୍ଗାରୁ କୋର୍ଟକୁ ନେଇ ଆଇନମନ୍ତ୍ରୀ ସୋମବାର ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଯୁବତୀଯୁବକଙ୍କୁ କଙ୍ଗାରୁ କୋର୍ଟକୁ ଟାଣିବା ଅତ୍ୟନ୍ତ ଅନୈତିକ କାମ। ଏହା ଏକ ଘୃଣ୍ୟ ପ୍ରଥା, ଆଇନ ହାତକୁ ନେଲେ ଦଣ୍ଡିତ ହେବେ। କଙ୍ଗାରୁ କୋର୍ଟରେ ନିର୍ଯାତନାକୁ ନେଇ ସରକାରଙ୍କ ସ୍ପଷ୍ଟ ଆଇନ ଅଛି। ଗାଁର କିଛି ପ୍ରଭାବଶାଳୀ ଲୋକ ଏଭଳି କାମ କରୁଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ, ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ସିକରପାଇ ପଞ୍ଚାୟତ କଞ୍ଜାମଯୋଡ଼ି ଗ୍ରାମରେ ସମ୍ପର୍କୀୟ ପିଉସୀ ଓ ପୁତୁରାଙ୍କ ପ୍ରେମସମ୍ପର୍କକୁ ନେଇ ଗାଁ ଲୋକେ ବୈଠକ କରିଥିଲେ। ପରେ ପ୍ରେମୀଯୁଗଳଙ୍କୁ ଚାଷଜମିରେ ହଳ କରାଇ ଦଣ୍ଡିତ କରିଥିଲେ। ଏହି ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

Shrutilipi ad