Img 20250713 wa0177

ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିଲେ ସ୍ଵାଭିମାନୀ ମୟୂରଭଞ୍ଜିଆ, କର୍ତ୍ତ୍ତୃପକ୍ଷଙ୍କ ମେରୀ ମର୍ଜୀ ନୀତି କୁ ତିବ୍ର ବିରୋଧ

ରାଜ୍ୟ
ବାରିପଦା –  ମହାରାଜା ଶ୍ରୀରାମ ଚନ୍ଦ୍ର  ବିଶ୍ୱ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ପାଳନ ବନ୍ଦକୁ ନେଇ ମୟୂର ଭଞ୍ଜ ବାସୀ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ବିଶ୍ୱ ବିଦ୍ୟାଳୟ କର୍ତ୍ତ୍ତୃପକ୍ଷଙ୍କ ଏଭଳି ମେରୀ ମର୍ଜୀ ନୀତି କୁ ସବୁଠି ସମାଲୋଚନା କରା ଯାଇଛି l ସୂଚନା ଯୋଗ୍ୟ ଯେ, ରବିବାର
ବାରିପଦା ତଖତପୁର ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ଵ ବିଦ୍ୟାଳୟର  ୨୮ ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ସବୁ ପ୍ରସ୍ତୁତି ସାରିଥିଲା l ତେବେ ଶେଷ ମୁହୁର୍ତ୍ତରେ ଏହି ସ୍ମରଣୀୟ ଦିବସ କୁ ମହା ଆଡ଼ମ୍ବର ସହକାରେ ପାଳନ କରିବା ପରିବର୍ତ୍ତେ ଏହାକୁ ସ୍ଥଗିତ କରାଯାଇଛି। ଯାହାକୁ ନେଇ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ଉପରେ ନେତା ଠାରୁ ସାଧାରଣ ଜନତା ବର୍ଷି ଛନ୍ତି l ଅନିବାର୍ଯ୍ୟ କାରଣ ଦର୍ଶାଇ ଏହି ଉତ୍ସବକୁ ସ୍ଥଗିତ ରଖା ଯାଇଥିବା ନେଇ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଆମନ୍ତ୍ରିତ ଅତିଥି ଓ ଗଣ ମାଧ୍ୟମକୁ ସୂଚନା ଦିଆ ଯାଇଛି। ହଠାତ ଏଭଳି ସୂଚନା ପରେ ସାରା ଜିଲ୍ଲାରେ ବୁଦ୍ଧିଜୀବୀ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ମନ ମାନି କୁ ମୟୂରଭଞ୍ଜବାସୀ ସମ୍ମିଳିତ ସ୍ଵରରେ ତୀବ୍ର ନିନ୍ଦା କରିଛନ୍ତି। ଯେମିତି ସ୍ଵାଧୀନତା ଦିବସ ବା ସାଧାରଣ ତନ୍ତ୍ର ଦିବସକୁ ସ୍ଥଗିତ ରଖି ଅନ୍ୟ ଦିନରେ କରାଯାଇ ପାରିବ ନାହିଁ ଠିକ୍ ସେହିପରି ପ୍ରତିଷ୍ଠା ଦିବସ ଭଳି ସ୍ମରଣୀୟ ଦିନରେ ସମାରୋହକୁ ହଠାତ୍ ବନ୍ଦ କରାଯାଇ ଥିବାରୁ ମୟୂରଭଞ୍ଜବାସୀ ମର୍ମାହତ ହୋଇଛନ୍ତି। ଉଭୟ ଛାତ୍ର ସମାଜ ଓ ବୁଦ୍ଧିଜୀବୀ ନିଜର ଅସନ୍ତୋଷ ଝାଡିଛନ୍ତି। ତେବେ ବିଶ୍ଵ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଭଳି ଗରୀମାମୟ ଦିବସ କୁ ପ୍ରଥମ ଥର ପାଇଁ ପ୍ରତୀକାତ୍ମକ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇ ସ୍ଵାଭିମାନୀ ମୟୂରଭଞ୍ଜ ତରଫରୁ ବୁଦ୍ଧିଜୀବୀ ଓ ଛାତ୍ର ନେତା ମାନେ ସମ୍ମିଳିତ ହୋଇ ବିଶ୍ଵ ବିଦ୍ୟାଳୟ ପରିସରରେ ୨୮ ତମ ପ୍ରତିଷ୍ଠା ଦିବସ କୁ ସାଙ୍କେତିକ ଭାବେ ପାଳନ କରିଛନ୍ତି।
ଏହି ଅବସରରେ ସମସ୍ତ ବୁଦ୍ଧଜୀବୀ ଓ ଛାତ୍ର ସମାଜ ଫାଟକ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ଯାଇ ବିଶ୍ୱ ବିଦ୍ୟାଳୟ ବଞ୍ଚାଅ ସ୍ଲୋଗାନ ଦେବା ସହ କ୍ୟାମ୍ପସ ପରିସରରେ ଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ୍ ଅର୍ପଣ କରିଥିଲେ। ବିଶିଷ୍ଟ ସମାଜ ସେବୀ ବିବେକାନନ୍ଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଙ୍କେତିକ ସମାରୋହରେ  ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ମହାରାଜା ପୂର୍ଣ୍ଣ ଚନ୍ଦ୍ର ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ଡଃ ବନଜା ମହାନ୍ତି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀକାନ୍ତ ମହା ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡଃ ପୁଷ୍ପା ପାତ୍ର, ଶ୍ରୀମା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ କୁଞ୍ଜବନ ପୃଷ୍ଟି, ଡଃ ଯୋଗେନ୍ଦ୍ର ନାଥ ପଣ୍ଡା, ରାଇରଙ୍ଗପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୁନୀଲ କୁମାର ଜେନା, ଡଃ ଅକ୍ଷୟ କୁମାର ମହାନ୍ତି, ଡଃ ନିରୋଜ କୁମାର ପୋଥାଳ, ଆଇନଜୀବୀ ସୁଜାତା ମିଶ୍ର, ରଘୁନାଥ ପଣ୍ଡା, ମା ସା ଆର୍ମି ରାଜ୍ୟ ସଭାପତି ସୁକୁଲଲ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ସୋମନାଥ ସିଂ, ସମାଜସେବୀ ବିକ୍ରମ କେଶରୀ ଜେନା, ସମାଜ ସେବୀ ସରୋଜ କୁମାର ସାହୁ, ସମାଜସେବୀ ସାଇ ପ୍ରକାଶ ମହାନ୍ତି,  ସୁବୋଧ କୁମାର ପଲେଇ,ଆଇନଜୀବୀ କ୍ଷେତ୍ରମୋହନ ପଣ୍ଡା, ଆର୍କିଟେକ୍ଟ ମନୋଜ କୁଅଁର, ବାରିପଦା ଆକାଶବାଣୀର ଘୋଷିକା ରେଣୁବାଳା ରଥ,  ଉପସ୍ଥାପକ ସତ୍ୟାନନ୍ଦ ସେଜପଡ଼ା,  ହିମାଂଶୁ ପ୍ରହରାଜ, ଯୁବନେତା ବିଶ୍ୱବିଜୟୀ ପଣ୍ଡା, ଛାତ୍ର ନେତା କ୍ଷିରୋଦ ପଣ୍ଡା, ପଙ୍କଜ ସି, କୌଶିକ ନାୟକ, ସତ୍ୟପ୍ରକାଶ ମହାନ୍ତ, ଚିତ୍ତରଞ୍ଜନ ସ୍ବାଇଁ, ରବୀନ୍ଦ୍ର ନାୟକ, ଅଭିଷେକ ଯାଦବ, ତାପସ ବେହେରା, ଲକ୍ଷ୍ମୀଧର ବାସ୍କେ, ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବୁଦ୍ଧିଜୀବୀ ମାନେ ବିଶ୍ଵ ବିଦ୍ୟାଳୟରେ ଚାଲିଥିବା ଅବ୍ୟବସ୍ଥା କୁ ନେଇ  ଅସନ୍ତୋଷ ପ୍ରକାଶ କରିବା ସହ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିଷ୍ଠା ଦିବସ ପାଳନ ପରମ୍ପରାରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବାରୁ ତୀବ୍ର ନିନ୍ଦା କରିଥିଲେ।
Shrutilipi ad