Errwe

ଗଣ୍ଡିଦା ଗ୍ରାମ ବାରିକ ସାହିକୁ କଂକ୍ରିଟ ରାସ୍ତା ନିମନ୍ତେ ଗ୍ରାମ୍ୟ ମହିଳାଙ୍କ ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ରାଜ୍ୟ
ବାରିପଦା: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ସାନପାଖଣା ପଞ୍ଚାୟତର ବଡ଼ ଗାଁ ବଜାର ସନ୍ନିକଟ ଗଣ୍ଡିଦା ଗ୍ରାମର ଆଖଣ୍ଡଳମଣି ମନ୍ଦିର ଛକରୁ ବାରିକ ସାହି ରାସ୍ତା କଂକ୍ରିଟ ନିମନ୍ତେ ଗ୍ରାମର ମହିଳାମାନେ ଆଜି ଵୁଧବାର ଦିନ ଉପ ଜିଲ୍ଲାପାଳଙ୍କ ଠାରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।ସୂଚନାଯୋଗ୍ୟ ଏହି ରାସ୍ତାଟି ଲଗାଣ ବର୍ଷା ଯୋଗୁଁ ଶୋଚନୀୟ ହୋଇ ପଡ଼ିଛି । କାଦୁଅ ପଚ୍ ପଚ୍ ହୋଇଛି ।ଯିବା ଆସିବା ଅସୁବିଧା ହେଉଛି ।ତେଣୁ ବାରିକ ସାହି ୧୫ ନମ୍ବର ଓ୍ବାର୍ଡର ଓ୍ଵାର୍ଡ ମେମ୍ବର ଶର୍ମିଳା ପରମାଣିକ ସମେତ ଗ୍ରାମର ମହିଳାମାନେ ଆଜି ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କୁ କଂକ୍ରିଟ ରାସ୍ତା  ନିମନ୍ତେ ଲିଖିତ ଦାବି ପ୍ରଦାନ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ସରପଞ୍ଚ ସେମାନଙ୍କ କଥା ଅଣଦେଖା କରୁଛନ୍ତି । ଅପରପକ୍ଷରେ ସାନପାଖଣା ସରପଞ୍ଚ  ସାଓ୍ବାନା ମାଝୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ ସେହି ଗ୍ରାମର ଅଧାରୁ ଅଧିକ ରାସ୍ତା କଂକ୍ରିଟ ହୋଇସାରିଛି ।ଲୋକେ ଘର ତିଆରି କଲାବେଳେ ରାସ୍ତାରେ ମାଟି ,ବାଲି ଗୋଡ଼ି ପକାଉ ଥିବାରୁ କଂକ୍ରିଟ ରାସ୍ତା ଟି ପୋତି ଯାଉଛି ।ଏହା ପୂର୍ବରୁ କଂକ୍ରିଟ ରାସ୍ତା ନିମନ୍ତେ ଅର୍ଥ ମଂଞ୍ଜୁର କରା ଯାଇଥିଲା ।କିନ୍ତୁ ସାହି ଲୋକଙ୍କ ମଧ୍ୟରେ ମନୋମାଳିନ୍ଯ ଯୋଗୁଁ ଅର୍ଥ ଫେରି ଯାଇଥିଲା ।ସେହି ସାହିର ଲୋକେ ଯଦି ରାସ୍ତା କାମରେ ବାଧକ ସାଜିଵେ ନାହିଁ ଏବଂ ସମସ୍ତେ ମିଳିମିଶି ଲିଖିତ ଦେଲେ ମୁଁ ରାସ୍ତା କଂକ୍ରିଟ ନିମନ୍ତେ ଦୁଇ ଲକ୍ଷ ଟଙ୍କା ମଂଞ୍ଜୁର କରି ଦେବି ।ଅର୍ଥର ଅଭାବ ନାହିଁ ।ମୁଁ ଚାହେଁ ଗାଁ ବିକଶିତ ହେଉ ।ପ୍ରଥମେ‌ ସେହି ସାହିର ଲୋକେ ରାସ୍ତା ଛାଡ଼ନ୍ତୁ  ଓ କାମରେ ସହଯୋଗ ପାଇଁ ସହମତି ଭିତିରେ ଲିଖିତ ଦିଅନ୍ତୁ ।ମୋ ଉପରେ ଅଯଥା ଦୋଷ ଦେଇ ଖସି ନ ଯାଆନ୍ତୁ ।
Shrutilipi ad