Screenshot 2025 07 09 154255

ଡାଇରିଆ ଡର: ଦୟା ନଦୀ ପାଣି ବ୍ୟବହାର ନକରିବାକୁ ମାର୍ଗଦର୍ଶିକା ଜାରି

ରାଜ୍ୟ

ଭୁବନେଶ୍ୱର: କଣାସରେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୟା ନଦୀ। ଦୟା ନଦୀ ପାଣି ବ୍ୟବହାର ଯୋଗୁଁ ବ୍ୟାପୁଛି ଝାଡ଼ାବାନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଦେଇଛନ୍ତି ସୂଚନା। ଜଟଣୀ ରାଣୀପୁରରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଟିମ୍। ନମୂନା ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ। ଦୟା ନଦୀ ପାଣି ବ୍ୟବହାର ନକରିବାକୁ ମାର୍ଗଦର୍ଶିକା ଜାରି ହୋଇଛି। ରୋଷେଇ ଓ ପିଇବାରେ ବ୍ୟବହାର ନକରିବାକୁ ଅପିଲ୍ କରାଯାଇଛି।

ସୂଚନା ଥାଉକି ଗତ ୬ ଦିନ ଭିତରେ ବିଭିନ୍ନ ଅଂଚଳରୁ ୫୦ରୁ ଅଧିକ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। କଣାସ ମେଡିକାଲରେ ୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି କଣାସ ମେଡିକାଲର ଜନ ସ୍ୱସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ। ଗତ କିଛି ମାସ ତଳେ କଣାସ ଅଂଚଳରେ ଡାଇରିଆ ରୋଗ ୪ ଜଣଙ୍କର ମୁଣ୍ଡ ନେଇଥିଲା।

ଦୟା ନଦୀ ପାଣି ବିଷାକ୍ତ ହୋଇଥିବାରୁ ଏହି ପାଣିକୁ ବ୍ୟବହାର କରିବାକୁ ମନା କରାଯାଇଥିଲା। ଏବେ ପୁଣି କଣାସ ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା ଚିନ୍ତାର କାରଣ ପାଲଟିଛି। ଏବେ ବି ପିଇବା ପାଣି ସମସ୍ୟା ଲାଗିରହିଛି। ସ୍ଥାୟୀ ସମାଧାନ ଦାବି କରିଛନ୍ତି ସ୍ଥାନୀୟ ଲୋକ।

Shrutilipi ad