ବାରିପଦା – ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଓଡିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ -୨୦୨୫ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ବିଭାଗ ର ଆନୁକୂଲ୍ୟରେ ବାରିପଦା ସ୍ଥିତ ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଆବୃତି, ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ପ୍ରବନ୍ଧ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଓଏଭି, ବେତନଟୀ ର ସ୍ମୃତିରେଖା ସାହୁ, ଓଏଭି, ମୋରଡା ର ପଦ୍ମାଳୟା ସି, ସରକାରୀ ଉଚ୍ଚ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ,ଗୁହାଳଡିହା ର ରୋହିତ ପାଲବାବୁ ଏବଂ ବରିଷ୍ଠ ବର୍ଗରେ ଓଏଭି, ବାରିପଦା ର ତୃପ୍ତିମୟୀ ବିଶ୍ୱାଳ, ଦ୍ୱାରଶୁଣି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ବାଙ୍ଗରିପୋଷୀ ର ଅନ୍ଵେଷା ଦାସ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବାରିପଦା ର ଜାଗୃତି ମିଶ୍ର ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ସେହିପରି ବକ୍ତୃତା ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଓଏଭି, ମୋରଡା ର ସାଧନାସେଜଲ ସ୍ୱାଇଁ, ଓଏଭି,ଭାଲୁବସା ର ସ୍ଵଂୟପ୍ରଭା ଆଚାର୍ଯ୍ୟ, ଓଏଭି, ବଡ଼ସାହି ର ବାଗ୍ମୀତା ଜେନା ଏବଂ ବରିଷ୍ଠ ବର୍ଗରେ ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଆଦ୍ୟାଶା ଦାସ, ଓଏଭି,କପ୍ତିପଦା ର ଅମୃତାଂଶୀ ବେହେରା, ଓଏଭି, ବଡ଼ସାହି ର ପ୍ରାଚୀ ଦ୍ବିବେଦୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ସେହିପରି କବିତା ଆବୃତି ପ୍ରତିଯୋଗିତାରେ କନିଷ୍ଠ ବର୍ଗ ରେ କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମୀପୋଷି ର ଦିବ୍ୟଶିନୀ ପ୍ରଧାନ, ସାଇ ବିଦ୍ୟା ମନ୍ଦିର, ବାରିପଦା ର ବି. ଦେବର୍ପିତା ମହାନ୍ତ, ଏମ. କେ. ସି ସରକାରୀ ଉଚ୍ଚ ବିଦ୍ୟାଳୟ, ବାରିପଦା ର ମନିକା ବୈଠା ଏବଂ ବରିଷ୍ଠ ବର୍ଗରେ ଓଏଭି, କପ୍ତିପଦା ର ରିତିକ୍ରିଷ୍ଣା ମହଲ, ଶ୍ରୀ ଅରବିନ୍ଦ ବିଦ୍ୟାପୀଠ, ଅମର୍ଦା ର ଦିବ୍ୟଜ୍ୟୋତି କୁଅଁର, ଓଏଭି, କୁଳିଅଣା ର ଶୁଭଦର୍ଶିନୀ ମହାକୁଡ଼ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ସେହିପରି ସାଧାରଣଜ୍ଞାନ ପ୍ରତିଯୋଗିତାରେ ଓଏଭି, ରାଣୀଭୋଳ, ବାରିପଦା ର ହିମାଦ୍ରୀ ନାରାୟଣ ମିଶ୍ର, ଓଏଭି, ବେତନଟୀ ର ଲକ୍ଷ୍ମୀପ୍ରିୟା ଜେନା, ଓଏଭି, ରାଣୀଭୋଳ, ବାରିପଦା ର ପୁରଜିତ ମହାନ୍ତ ଏବଂ ବରିଷ୍ଠ ବର୍ଗରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାରିପଦା ର ଶ୍ରୀମାନ ପାର୍ଥସାରଥୀ ମହାନ୍ତ, ଓଏଭି, ବେତନଟୀ ର ବିଷ୍ଣୁପ୍ରିୟା ମହାପାତ୍ର, ଓଏଭି, କପ୍ତିପଦା ର ତନୁକ୍ରିଷ୍ଣା ମହଲା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ଏହି ପ୍ରତିଯୋଗିତା କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷୟତ୍ରୀ ଲଳିତ କୁମାର ମହାନ୍ତ ପ୍ରତିଯୋଗିତା ଗୁଡିକୁ ଉଦଘାଟନ କରିଥିଲେ l ପରିଶେଷରେ କୃତୀପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା ଏବଂ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ବିଚାରକ ଭାବେ ରାଜେନ୍ଦ୍ର ସାମଲ, ଅତୁଲ କୁମାର ପରିଡା, ଡ଼ ଶଶୀଧର ବିଶ୍ୱାଳ,ଅମିତାଭ ମିଶ୍ର, ଅମୀୟ ରଞ୍ଜନ ପଣ୍ଡା, ସୁଦତ୍ତା ବାରିକ, ପ୍ରେମାଞ୍ଜଳି ହେମ୍ବ୍ରମ, ମୌସୁମୀ ଦୀକ୍ଷିତ, ଜ୍ୟୋତି କର୍ମକାର, ନୟନ କୁମାର ଗିରି, ପ୍ରାର୍ଥନା ମିଶ୍ର, ଦୀପକ ରାମ, ଅଜିତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର କନିଷ୍ଠ ସହାୟକ ପ୍ରବୀର କୁମାର ବେହେରା,ଆୟୋଜକ ବିଦ୍ୟାଳୟ ଏମପିକେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବିଶ୍ୱେଶ୍ୱର ଦ୍ବିବେଦୀ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

