ଆଗରପଡ଼ା :୬ଦଫା ଦାବୀ ନେଇ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି । ଯଦ୍ଦ୍ୱାରା ଆଗରପଡ଼ା ଠାରେ ଲୋକମାନେ ନାନାଦି ହଇରାଣ, ହରକତ ହେଉଥିବାର ପରିଲକ୍ଷିତ ହୋଇଛି । ଭଦ୍ରକ, ବାଲେଶ୍ୱର, କେଉଁଝର ଆଦି ଜିଲ୍ଲାର ସୀମାନ୍ତବର୍ତ୍ତି ସ୍ଥାନରେ ଆଗରପଡ଼ା ଅବସ୍ଥିତ । ତେଣୁ ଏହି ସ୍ଥାନ ଦେଇ ବିଭିନ୍ନ ସ୍ଥାନକୁ ଯାନବାହନ ଚଳାଚଳ କରୁଥିବାରୁ ଲୋକମାନେ ଯାଆଆସ କରିଥାନ୍ତି । ସଭାପତି ବିଜୟନାଥ, ଉପସଭାପତି ଖଗେଶ୍ୱର ଜେନା, ଆଦିକନ୍ଦ ମଲ୍ଲିକ, କାଳନ୍ଦୀ ମଲ୍ଲିକ, ମେଘନାଥ ରାଉଳ, କାର୍ତ୍ତିକ ସାହୁ, ମାନସ ନାଥ, ଉମାକାନ୍ତ କର, ଲକ୍ଷ୍ମୀଧର ବାରିକ, ସନାତନ ସେଠୀ,ଦୁଃଖା ବିଶ୍ୱାଳ,ଶରତ ସାହୁଙ୍କ ନେତୃତ୍ୱରେ ଶତାଧିକ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ଥିଲେ ।

