Iran prez 750x430

ମୋତେ ହତ୍ୟା କରିବାକୁ ଉଦ୍ୟମ କରିଥିଲା ଇସ୍ରାଏଲ: ମାସୁଦ

ଦେଶ - ବିଦେଶ

ନୂଆଦିଲ୍ଲୀ : ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ଇସ୍ରାଏଲ। ଏକ ସାକ୍ଷାତକାର ଅବସରରେ ମାସୁଦ ଏହା ସ୍ପଷ୍ଟ କରିଛନ୍ତି। ଇସ୍ରାଏଲ ତାଙ୍କୁ ହତ୍ୟା ଖରିବାକୁ ଉଦ୍ୟମ କରିଥିଲା, କିନ୍ତୁ ବିଫଳ ହୋଇଥିଲା ବୋଲି ମାସୁଦ କହିଛନ୍ତି।
ଆମେରିକାର ବରିଷ୍ଠ ସାମ୍ବାଦିକ ଟକର କାର୍ଲସନ ସହିତ ସାକ୍ଷାତକାର ସମୟରେ ଏକ ପ୍ରଶ୍ନର ଉତ୍ତରରେ ମାସୁଦ କହିଥିଲେ, ଆମେରିକା ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିନାହିଁ। ଇସ୍ରାଏଲ ଉଦ୍ୟମ କରିଥିଲା। ସେ ସେତେବେଳେ ଏକ ବୈଠକରେ ଥିଲେ। ଇସ୍ରାଏଲ ପକ୍ଷରୁ ସେହି ଅଞ୍ଚଳରେ ବୋମାମାଡ଼ କରାଯାଇଥିଲା।

Shrutilipi ad