Img 20250705 wa0197

ଵିଭିନ୍ନ ସ୍କୁଲ ପରିସରରେ ୭୬ତମ ବନ ମହୋତ୍ସବ ସପ୍ତାହ ପାଳିତ                   

ରାଜ୍ୟ
ବାରିପଦା –  ବନଖଣ୍ଡ  ତରଫରୁ ୭୬ ତମ ବନ ମହୋତ୍ସବ ସପ୍ତାହ  ପାଳନ ଅବସରରେ ବନାଞ୍ଚଳର ବିଭିନ୍ନ ସେକ୍ସନରେ ବୃକ୍ଷ ରୋପଣ କରାଯାଉଛି ।  ବିଜାତଳା ବ୍ଳକର  ବଡାମତଳିଆ ସେକ୍ସନ ପକ୍ଷରୁ ମୁଣ୍ଡାଠାକୁରା ଏସ.ଏସ.ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ, ବିଜାତଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରଗଡ଼ା ସେକ୍ସନର ବାଢୁଆକୋଚା ଗ୍ରାମପାଖ ଜଙ୍ଗଲରେ ୭୬ତମ ବନ ମହୋତ୍ସବ ସପ୍ତାହ କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି।ଏହି ବୃକ୍ଷ ରୋପଣ କାର୍ଯକ୍ରମରେ ବିଦ୍ୟାଳୟ ପରିସରରେ ୧୦୦ ରୁ ଅଧିକ ଫଳ ତଥା ଅନ୍ୟାନ୍ୟ ବୃକ୍ଷ ଚାରା ରୋପଣ କରାଯାଇ ଥିଲା।ବଡାମତଳିଆ ସେକ୍ସନର ବନପାଳ ଅଧିକାରିଣୀ ଶ୍ରୀମତୀ ମେନକା ନାଏକ,ସରଗଡ଼ା ସେକ୍ସନର ବନପାଳ ଶ୍ରୀମତି ସହରାବନ୍ତି ମାର୍ଣ୍ଡିଙ୍କ  ନେତୃତ୍ୱରେ ମୁଣ୍ଡାଠାକୁରା ଏସ.ଏସ.ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି କାରମେଲା ଲାକ୍ରା,ବିଜାତଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବଚରଣ ବେହେରା, ବିଜାତଳା ସରପଞ୍ଚ ଶ୍ରୀମତି ଦମୟନ୍ତୀ ଟୁଡୁ ତଥା ବିଦ୍ୟାଳୟର କର୍ମଚାରୀ, ଛାତ୍ରୀମାନଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରାଯାଇ ଥିଲା।ବନ ବିଭାଗର ଅଧିକାରୀ ଏସ ଏମ୍ ଏସ ଏଲ ଏଲ ଆଇ ତ୍ରିଲୋଚନ ରାୟ, ଏଫ ଏମ୍ ଇଉ କୋଡ଼ିନେଟର ଗୋବିନ୍ଦ ମାଝୀ, ରତ୍ନାକର ମହାନ୍ତ, ମାର୍କେଟିଙ୍ଗ ଏକ୍ସଜୁକୁଟିଭ ରାମକୃଷ୍ଣ ଦାସ ତଥା ବିଜେପିର ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ମହାନ୍ତ ଓ କୁତୁଲୁ ହାସଁଦାଃ ପ୍ରମୁଖ କାର୍ଯକ୍ରମରେ ଅଂଶ ଗ୍ରହଣ କରିଥିଲେ।ସରଗଡ଼ା ସେକ୍ସନରେ ବନପାଳ ତରଙ୍ଗିନୀ ମହାନ୍ତ,ଗାର୍ଡ ମୌସୁମୀ ମହାନ୍ତ,ପିଏ ଷ୍ଟାଫ ଶିବଚରଣ ମୁର୍ମୁ,ଗ୍ରାମସାଥି ମେଘରାଇ ମାର୍ଣ୍ଡି,ଅଙ୍ଗନବାଡି ଛାତ୍ରଛାତ୍ରୀ ଏବଂ ବାଢୁଆକୋଚା ଗ୍ରାମବାସୀ ଉପସ୍ଥିତ ଥିଲେ।ସେହିପରି ବିଜାତଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ତଥା ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ମଧ୍ୟରେ ରଞ୍ଜିତା ବେହେରା, ଅଞ୍ଜନା ନାଏକ, ଆରତୀ ପାତ୍ର, ସୁପ୍ରଭା ମହାନ୍ତ,ମାଳତୀଲତା ମଲ୍ଲିକ, ସଂଯୁକ୍ତା ମହାନ୍ତ, ଶିବ ପ୍ରସାଦ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବହଳଦା ବ୍ଲକ ଅନ୍ତର୍ଗତ କାଦୁଆଣୀ ଗ୍ରାମରେ ଅବସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ ହୋଇଛି lଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାର ସାଂସଦ ଶ୍ରୀ ନବଚରଣ ମାଝୀ ଏବଂ ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାୟକ ଉପସ୍ଥିତ ହୋଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଉତ୍ସାହ ବର୍ଦ୍ଧନ କରିବା ସହିତ ମା ପାଇଁ ଗଛଟିଏ ବିଷୟ ର ବୃତ୍ତାନ୍ତ ବର୍ଣ୍ଣନା କରିଥିଲେ l ଅନନ୍ୟ ଅତିଥି ଙ୍କ ମଧ୍ୟରେ ରାଇରଙ୍ଗପୁର ସମନ୍ୱିତ ଆଦିବାସୀ ଉନୟନ ସଂସ୍ଥା ର ADWO ଜ୍ଞାନେନ୍ଦ୍ର ସାମଲ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରଥ ଏବଂ ବନ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ  ହୋଇଥିଲେ l ବିଦ୍ୟାଳୟ ର ପ୍ରିନସିପାଲ ଶ୍ରୀଯୁକ୍ତ ବଳରାମ ବାରିକ ଙ୍କ ତତ୍ୱାବଧାନ ରେ କାଯ୍ୟକ୍ରମ ବହୁତ ସ୍ୱଚାରୁ ରୂପେ ସମ୍ପାଦନ ହୋଇଥିଲା l ଅନ୍ତିମ ରେ ଅତିଥି ଙ୍କ ଦ୍ୱାରା ଚାରା ରୋପଣ ସହ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା l ବିଦ୍ୟାଳୟ ର ସମସ୍ତ ଶିକ୍ଷକ/ଶିକ୍ଷିକା ଙ୍କ ସହ ସମସ୍ତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l
Shrutilipi ad