Img 20250704 wa0137

ରଥଯାତ୍ରାରେ ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ତରଫରୁ ଭଜନ ସନ୍ଧ୍ୟା

ରାଜ୍ୟ
 ବାରିପଦା : ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ତରଫରୁ ପବିତ୍ର ରଥଯାତ୍ରା ଅବସରରେ ବାରିପଦାରେ ପ୍ରଥମ ଥର ପାଇଁ ଏକ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା l  ଗୁରୁଜୀ ଡ଼ଃ ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ଶ୍ରୀଗୁରୁ ଭାଗବତ ଗ୍ରନ୍ଥର ପ୍ରଥମ କୋଡିଏ ଧାଡିର ସାମୁହିକ ପାରାୟଣ  ସହ ଏହି ଭଜନ ସନ୍ଧ୍ୟା ଆରମ୍ଭ ହୋଇଥିଲା  l  ଭଜନ ସନ୍ଧ୍ୟାରେ ସ୍ଥାନୀୟ କଳାକାର ଚନ୍ଦନ ଭଞ୍ଜ ଓ ସୁଶ୍ରୀ ସୁଲଗ୍ନା ରଣା ସୁନ୍ଦର ସୁନ୍ଦର ଭଜନ ପରିବେଷଣ କରିବା ସହ ଶ୍ରୀଗୁରୁ ଭାଗବତ ଗ୍ରନ୍ଥର ପିତା ମାତା ସ୍ତବକ ଉପସ୍ଥିତ ଦର୍ଶକ ମାନଙ୍କ ମନକୁ ଛୁଇଁଥିଲା l ସାଇ ଶ୍ରିତା ଭଞ୍ଜଦେଓ, ଶ୍ରୀୟା ମହାନ୍ତି, ସାଇ ଆସ୍ଥା ମହାନ୍ତ, ଦୁର୍ଗା ମାଧବ ବାରିକ, ସାଇ ସମର୍ପିତ ବାରିକ ଆଦି କୁନି କୁନି କଳାକାର ମାନଙ୍କ ଦ୍ୱାରା ପରିବେଷିତ ସାମୁହିକ ଶ୍ରୀଗୁରୁ ଭାଗବତ ପାରାୟଣ ବଡଦାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ଏହି ଭଜନ ସନ୍ଧ୍ୟାରେ ତବଲାରେ ବିଭୁତି ବେହେରା, ପ୍ୟାଡ଼ରେ ନିନି, ଅର୍ଗାନରେ ଦୁର୍ଗା ସହଯୋଗ କରିଥିଲେ l
Shrutilipi ad