Img 20250701 wa0129

ସଚ୍ଚିଦାନନ୍ଦ ଗୁରୁକୁଳରେ ରଥଯାତ୍ରା, କୁନି କୁନି ପିଲା ନିଜ ହାତରେ ତିଆରି କରି ରଥ ଟାଣିଲେ 

ରାଜ୍ୟ
ବାରିପଦା –  ସ୍ଥାନୀୟ ମୁର୍ଗାବାଡି ସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳ ର ଛାତ୍ରଛାତ୍ରୀ ମାନେ ପ୍ରବଳ ଭିଡ଼ ଯୋଗୁ ଗତବର୍ଷ ବାରିପଦାର ବଡ଼ଦାଣ୍ଡର ରଥ କିମ୍ବା ବାଣ୍ଠିଆ ଜଗନ୍ନାଥ ମନ୍ଦିର ରଥ ଟାଣିବା ରୁ ବଞ୍ଚିତ ହୋଇଥିଲେ l ତେଣୁ ଏବର୍ଷ  ନିଜ  ହାତରେ ରଥ ନିର୍ମାଣ କରି ରଥଯାତ୍ରା ଉତ୍ସବ ପାଳନ କରିଛନ୍ତି l   ଗୁରୁକୁଳ ଛାତ୍ରଛାତ୍ରୀ ମାନେ ବିଜୟ ରାମଚନ୍ଦ୍ର ପୁର ସ୍ଥିତ ଗୁରୁକୁଳଙ୍କ ଅଧ୍ୟକ୍ଷ ଅଜିତ ବେହେରାଙ୍କ ବାସଭବନ ରୁ ରଥ ବାହାରି ମୁର୍ଗାବାଡି ସ୍ଥିତ ଗୁରୁକୁଳକୁ ଏହି ଛୋଟଛୋଟ ପିଲାମାନେ ଟାଣି ପହଁଞ୍ଛାଇଥିଲେ l ଗୁରୁକୁଳର ପିଲାମାନଙ୍କ ବ୍ୟତୀତ ଆଖପାଖ ଅଞ୍ଚଳର ପିଲାମାନେ ରଙ୍ଗବେରଙ୍ଗର ବିଭିନ୍ନ ପୋଷାକ ପିନ୍ଧି ଭଜନ କୀର୍ତ୍ତନ ଓ ଘଣ୍ଟା ଶବ୍ଦର ତାଳରେ ତାଳ ଦେଇ ନୃତ୍ୟ କରିକରି , ରଥକୁ ଭିଡି ଆଣିଥିଲେ l ବିଷ୍ଣୁପଦ ବେରା, ଅବିନାଶ ବେହେରା, ଅବିନାଶ ବାରିକ୍, ହେମନ୍ତ ଦାସ, ଶୁଭମ ଧୋଡା, ସାହିଲ ସୁଧା ବରାଳ, ଶ୍ରୀଧର ମାଝୀ, ଯୀଶୁ ନାୟକ, ଚନ୍ଦ୍ରଶେଖର ମାଝୀ, ଜିଦାନ୍ ମୁର୍ମୁ, ଲାଲୁ ଟୁଡୁ, ସାଇସଙ୍ଗମ ଗିରି , ଦୁର୍ଗା ଟୁଡୁ , ପ୍ରମୁଖ ରଥ ନିର୍ମାଣ କରିଥିଲା ବେଳେ ଆଲୋକ ପରିଡ଼ା, ଦିପ୍ତେଶ ପଟ୍ଟନାୟକ, ବିକାଶ ସୋରେନ, କହ୍ନେଇ ଦାସ, ଜନ୍ମଜୟ ପାତ୍ର, ବିଦ୍ୟାଧର ସିଂ, ତାରସ ହେମ୍ବ୍ରମ ପ୍ରମୁଖ ଠାକୁର ଓ ତାଂକ ଆନୁଷଙ୍ଗିକ ବ୍ୟବସ୍ଥା କରିଥିଲେ l
 ପୂଜକ ବ୍ରହ୍ମାନନ୍ଦ ଦାଶ ରଥ ପରିଚାଳନା କରିଥିଲେ l  ଲିପିକା ପଣ୍ଡା, ରାଧିକା  ଖଣ୍ଡେଲୱାଲା , ଶାନ୍ତି ସିଂ , ହଂସିକା ବେହେରା, ହରପ୍ରିୟା ମହାର୍ନା, ଆଦ୍ୟାଶା ପ୍ରଧାନ, ହରପ୍ରିୟା ମହାନ୍ତ, ସରସ୍ଵତୀ ମାରାଣ୍ଡି ପ୍ରମୁଖ ଛାତ୍ରୀଗଣ ରଥ ଦାଣ୍ଡରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ l
 ଗୁରୁକୁଳର ଆଈମା ସ୍ନେହଲତା ବେହେରା, ଟ୍ରଷ୍ଟି ସବ୍ୟସଚୀ ପଲେଇ, ଉର୍ମିଳା ଵେରା, ଶିକ୍ଷୟତ୍ରୀ ମନ୍ଦାକିନୀ ମହାନ୍ତ, ସୁଜାତା ବେହେରା, ଲୋକନାଥ ବେହେରା, ରାକେଶ ପରିଡ଼ା ପ୍ରମୁଖ ସହଯୋଗ କରିବା ସହିତ ସମସ୍ତଙ୍କୁ ଲଡୁ, ଖଜା ସହିତ ମୃଦୁ ପାନୀୟ ବ୍ୟବସ୍ଥା କରିଥିଲେ l
Shrutilipi ad