ଆଗରପଡ଼ା :ସ୍ଥାନୀୟ ମାଉସୀମା ମନ୍ଦିରରେ ପବିତ୍ର ହେରାପଂଚମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ଶ୍ରୀଲକ୍ଷ୍ମୀଙ୍କୁ ଏକୁଟିଆ ଛାଡ଼ି ଭାଇଭଉଣୀଙ୍କ ସହ ରଥଯାତ୍ରାରେ ମାଉସୀମା ଘରକୁ ଆସିଥିଲେ ।ଏହି କଥାକୁ ରୋଷ କରି ଶ୍ରୀଲକ୍ଷ୍ମୀ ଆସି ରଥ ଭାଙ୍ଗିବା ପରମ୍ପରା ରହିଛି । ତେଣୁ ଏଠାରେ ଥିବା ଶ୍ରୀମନ୍ଦିରରୁ ଶ୍ରୀଲକ୍ଷ୍ମୀଙ୍କୁ ମାଉସୀମା ମନ୍ଦିରକୁ ନିଆ ଯାଇଥିଲା ଓ ରଥ ମଧ୍ୟ ଭଙ୍ଗା ଯାଇଥିଲା । ଶ୍ରୀମନ୍ଦିର ପକ୍ଷରୁ ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ, ଅନିରୁଦ୍ଧ ସିଂହ ମାଉସୀମା ମନ୍ଦିର ପକ୍ଷରୁ ନୃସିଂହ ପୁହାଣ,ବାଇଧର ସିଂହ ପ୍ରମୁଖ ବିଭିନ୍ନ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ।

