ବାରିପଦା : ଆଜି ଅପରାହ୍ନରେ ମୟୂରଭଞ୍ଜ ଜ଼ିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜ଼ିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି.ପ୍ରାରମ୍ଭ ରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ୱରାଜ ବେହେରା ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଡ଼କ ସୁରକ୍ଷା ସମ୍ପର୍କିତ ମାର୍ଚ୍ଚ ରୁ ମଇ -୨୦୨୫ ମାସର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ. ଉକ୍ତ ବିବରଣୀ ଅନୁଯାଇ ଆର ଟି ଓ ଙ୍କ ଦ୍ୱାରା ପ୍ରବର୍ତ୍ତନ ଜରିଆରେ ଯାଞ୍ଚ କରାଯାଇ ସଡ଼କ ଦୁର୍ଘଟଣା ପ୍ରତିରୋଧ ସମ୍ପର୍କିତ ବିଭିନ୍ନ ଆଇନ ଉଲଂଘନକାରୀ ଗାଡି ଚାଳକଙ୍କୁ ଯଥା ଦ୍ରୁତ ଗତି ଗାଡି ଚାଳନା ପାଇଁ ୩୧୨୧ ଜଣ, ବିନା ହେଲମେଟ ରେ ୧୦୭୫ ଜଣ, ବିନା ସିଟ ବେଲ୍ଟରେ ୫୧୦ଜଣ, ମୋବlଇଲ ଫୋନ ବ୍ୟବହାର ପାଇଁ ୧୧୨ଜଣ, ନିଶାଶକ୍ତ ହୋଇ ଗାଡି ଚାଳନା ପାଇଁ ୭୭ ଜଣ, ଓଭର ଲୋଡିଙ୍ଗ ପାଇଁ ୩୯ ଜଣ, ଟ୍ରିପଲ ରାଇଣ୍ଡିଙ୍ଗ ପାଇଁ ୯୨ଜଣ, ଭୁଲ ପାର୍ଶ୍ୱରେ ଗାଡି ଚାଳନା ପାଇଁ ୪୬ ଜଣ, କିଶୋର ବୟସ୍କ ଡ୍ରାଇଭିଂ ପାଇଁ ୦ ଜଣ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ରେ ଭୁଲ ସ୍ଥାନରେ ପାର୍କିଙ୍ଗ ପାଇଁ ୭୨୨ଜଣ, ମୋଟର ଯାନ ଆଇନ ର ଧାରା VII ଉଲଘଂନ ପାଇଁ ୨୮ଜଣ ଓ ଅନ୍ୟାନ୍ୟ କେଶ ରେ ଚିହ୍ନିତ ୧୩୨୮୪ ଜଣଙ୍କୁ ଧରାଯାଇ ୭୩୮୬ଟି ଇ ଚାଲାଣ ମାଧ୍ୟମ ରେ ୫୭୭ ଟି ଡ୍ରାଇଭିଂ ଲାଇସେନ୍ସ କାର୍ଯ୍ୟଚ୍ୟୁତ ପାଇଁ ଜବଦ ସହିତ ୩୫ ଟି ଯାନ କୁ ସିଜ କରାଯାଇ ମୋଟ ଟ. ୩୩୯୭୯୬୧୦ ଙ୍କା ଜରିମାନା ଆଦାୟ ହୋଇଛି ବୋଲି ଉଲ୍ଲେଖ କରିଥିଲେ. ସେହିପରି ପୋଲିସ ବିଭାଗ ତରଫରୁ ତନଖି କରାଯାଇ ଗାଡି ଚାଳନା ସମୟରେ ଦ୍ରୁତ ଗତି ରେ ଗାଡି ଚାଳନା ପାଇଁ ୭ ଜଣ, ବିନା ହେଲମେଟ ପାଇଁ ୬୦୦୭ ଜଣ, ବିନା ସିଟବେଲ୍ଟ ପାଇଁ ୧୮୯୯ ଜଣ, ମୋବlଇଲ ଫୋନ ବ୍ୟବହାର ପାଇଁ ୩୦୯ ଜଣ, ନିଶାଶକ୍ତ ହୋଇ ଗାଡି ଚାଳନା ପାଇଁ ୧୫୦ ଜଣ, ମାଲବାହି ଯାନ ରେ ଯାତ୍ରୀ ପରିବହନ ପାଇଁ ୦ ଜଣ, ଭୁଲ ପାର୍କିଙ୍ଗ ପାଇଁ ୨୧୨୩ଜଣ ଙ୍କୁ ଧରା ଯାଇ ୩୫ଟି ଡ୍ରାଇଭିଂ ଲାଇସେନ୍ସ ଜବଦ କରାଯାଇ କାର୍ଯ୍ୟାଚ୍ୟୁତ ପାଇଁ ଆର ଟି ଓ ଙ୍କ ପାଖକୁ ପଠାଯିବା ସହିତ ୧୧୨.୦୭ଲକ୍ଷ ଜରିମାନା ଆଦାୟ ହୋଇଛି. ସେହିପରି ଏଇ ଦୁଇ ମାସରେ ଘଟିଥିବା ୧୮୦ଟି ସଡ଼କ ଦୁର୍ଘଟଣା ରେ ୧୨୩ ଜଣ ମୃତ୍ୟୁ ବରଣ କରିଛନ୍ତି ଏବଂ ୧୮୮ ଜଣ ଆହତ ହୋଇଥିଲେ ବୋଲି ଉଲ୍ଲେଖ କରିଥିଲେ |
ଜ଼ିଲ୍ଲାପାଳ ଉକ୍ତ ବିବରଣୀ ର ସମୀକ୍ଷା ପୂର୍ବକ ସଡ଼କ ଦୁର୍ଘଟଣା କୁ ରୋକିବା ପାଇଁ ଜାତୀୟ ରାଜପଥ ନମ୍ବର ୧୮ ଓ ୪୯ ରେ ବ୍ଲାକ ସ୍ପଟ ଚିହ୍ନିତ ସଡ଼କ ର ତୁରନ୍ତ ପ୍ରତିକାର କରିବା ପାଇଁ ଜାତୀୟ ରାଜପଥ କତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିବା ବେଳେ ରାଜ୍ୟ ରାଜପଥ ନମ୍ବର ୫୩ରେ ବ୍ଲାକ ସ୍ପଟ ଚିହ୍ନିତ ସଡ଼କ ର ମରାମତି ଦିଗରେ ପଦକ୍ଷେପ ନେବାପାଇଁ ରାଜ୍ୟ ରାଜପଥ କତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିଲେ.ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵ ରେ ଢ଼ାବା ଇତ୍ୟାଦି ମାନଙ୍କ ଦ୍ୱାରା ହେଉଥିବା ବେଆଇନ ଅବରୋଧ କୁ ଉଛେଦ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ.ଏଥିସହିତ ରାଜପଥ କୁ ସଂଲଗ୍ନ ହୋଇଥିବା ବିଦ୍ୟାଳୟ ଗୁଡିକ ର ଏକ ତାଲିକା ପ୍ରସ୍ତୁତ କରିବା ସହ ବିଦ୍ୟାଳୟ ପରିବହନ କମିଟି ଗଠନ ପାଇଁ ଜ଼ିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ. ଏଥି ସହିତ ପୋଲିସ ଓ ପରିବହନ ବିଭାଗ ଦ୍ୱାରା ଯୁଗ୍ମ ପ୍ରବର୍ତ୍ତନ କୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ।
ଆଜିର ଅନୁଷ୍ଠିତ ବୈଠକ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ଯୋଗ ଦେଇଥିବା ବେଳେ ଆଭାସୀ ମାଧ୍ୟମରେ କମିଟିର ସଦସ୍ୟ ଓ ବିଭାଗୀୟ ଅଧିକାରୀ, ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କତୃପକ୍ଷ ସଂଯୁକ୍ତ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ |

