ବାରିପଦା: ବାରିପଦା ସହରର ପାଲବଣି ଠାରେ ପ୍ରସିଦ୍ଧ ମା ତାରିଣୀ ପୀଠ ପ୍ରତିଷ୍ଠା ଉତ୍ସବ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀକାନ୍ତ ବୋଷଙ୍କ ସହାୟତାରେ ଏବଂ ଉପସ୍ଥିତ ଭକ୍ତମାନଙ୍କ ସହଯୋଗରେ ମା ତାରିଣୀଙ୍କ ପୂଜାର୍ଚ୍ଚନା ସମାପନ ହୋଇଯାଇଛି। ଏଥିରେ ସୁବାଷିଶ ବୋଷ ଓ ତାଙ୍କ ସହଧର୍ମିଣୀ ମୋୖସୁମୀ ବୋଷ, ନନ୍ଦ କୁମାର ମହାପାତ୍ର, କାହ୍ନୁଚରଣ ବେହେରା, ଜଗବନ୍ଧୁ ମିଶ୍ର, ମହେଶ୍ୱର ବେହେରା, ସତ୍ୟଜିତ ପାଇନ୍, ମଦନମୋହନ ମାରାଣ୍ଡି, ସଂଯୁକ୍ତା ଦତ୍ତ, ସଂଯୁକ୍ତା ବେହେରା, ଆରତୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ପ୍ରତିଷ୍ଠା ଉତ୍ସବର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ l ଉକ୍ତ ଉତ୍ସବରେ ଶତାଧିକ ଭକ୍ତ ଉପସ୍ଥିତ ରହି ମା ତାରିଣୀଙ୍କ ଆଶୀର୍ବାଦ ଲାଭ କରିଥିଲେ।

