Img 20250625 wa0190

ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ

ରାଜ୍ୟ
ବାରିପଦା : ରାଜ୍ୟରେ ଛାତ୍ରୀ ମାନଙ୍କୁ ଅସଦାଚରଣ, ଦୁଷ୍କର୍ମ ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଗୋପାଳପୁର ର ଛତ୍ରୀ ଗଣ ଦୁଷ୍କର୍ମ ଏବଂ ମହିଳା ନିର୍ଯାତନା ବିରୁଦ୍ଧ ରେ ଆଜି ମୟୁରଭଞ୍ଜ ଜିଲ୍ଲା ର ଵିଜୁ ଯୁବ ଛତ୍ରା ଜନତା ଦଳ ତରଫ ରୁ ବାରିପଦା ମହାବିଦ୍ୟାଳୟ ସମ୍ମୁଖରେ ଏକ ବିରାଟ ପ୍ରତିବାଦ ସଭା ଏବଂ ବିକ୍ଷବ ଅଯୋଜନା କରାଯାଇଥିଲା. ବାରିପଦା ର ବିଭିନ୍ନ ମହାବିଦ୍ୟାଳୟ ରୁ ଶତାଧିକ ଛାତ୍ର ଛାତ୍ରୀ ମାନେ ଆସି ବାରିପଦା ମହାବିଦ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିଜେପି ସରକାର ବିରୁଦ୍ଧରେ ସ୍ଲାଗନ ଦେଇଥିଲେ। ଛାତ୍ର ଜନତା ସଭାପତି ସୁନୀଲ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପଥପ୍ରାନ୍ତ ପ୍ରତିବାଦ ସଭା ରେ ଯୁବ ବିଜେଡି ସଭାପତି ଅରୁଣ ବାରଡ଼ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭିନ୍ନ ଛାତ୍ର ନେତା ମାନେ ତାଙ୍କ ବକ୍ତବ୍ୟ ରେ ନାରୀ ଆଜି ଅସୁରକ୍ଷିତ ହୋଇଥିବା କଥା ଉଲ୍ଲେଖ କରିବା ସହ ଦିନ କୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଉଥିବାରୁ ମୋହନ ସରକାର ଙ୍କୁ ତୀବ୍ର କଟାକ୍ଷ୍ୟା କରିଥିଲେ।  ବରିଷ୍ଠ ନେତା ପ୍ରଭାତ ନାୟକ,ଜିଲ୍ଲା ପରିଷଦ ସଦସ୍ୟ ନରେନ୍ଦ୍ର ହାଁସଦା , ପୂର୍ବତନ ଖଦି ବୋର୍ଡ ସଦସ୍ୟ ସରୋଜ ବୋଷ,  ପୂର୍ବତନ ଜୋନାଲ ବିଜେଡି ସଭାପତି ଅବଦୁଲ ହବିବ, ଏମପିସି ଅଟୋନୋମାସ ର ପୂର୍ବତନ ଛାତ୍ର ସାଂସଦ ସଭାପତି  ଆଭାସ ଦେ, ଛାତ୍ର ନେତା  ଆଶୀର୍ବାଦ ଦାସ, ସହର ଯୁବ ବିଜେଡି ସଭାପତି ଅମନ ଉଲ୍ଲା,ରାଜୀବ ଜେନା, ଶିରୀଶ ହେମ୍ବ୍ରମ, ରଜନୀ ମହାନ୍ତ, ପ୍ରସଂଜିତ ମହାନ୍ତି,  କାମିନୀ କାନ୍ତ ପରିଡା, ଅନ୍ଵେସିତା ତ୍ରିପାଠୀ  ପ୍ରମୁଖ ତାଙ୍କ ବକ୍ତବ୍ୟ ରେ ଗୋପାଳପୁର ଛାତ୍ରୀ ଗଣ ଦୁଷ୍କର୍ମ କୁ ଦୃଢ ନିନ୍ଦା କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି କୁ ତୁରନ୍ତ ସଜାଡ଼ିବାକୁ ଦାବି କରିଥିଲେ। ଏହି ବିଶାଳ ଛାତ୍ର ଆନ୍ଦାଳନ ଏବଂ ବିକ୍ଷବ ରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ବାରିପଦା ନଗରପାଳ ଶ୍ରୀ କୃଷ୍ଣନନ୍ଦ ମହାନ୍ତି, ମୟୁରଭଞ୍ଜ ସଦର ଜିଲ୍ଲା ବିଜେଡି ସଭାପତି ଡାକ୍ତର ଦେବାଶିଷ ମାର୍ଣ୍ଡି, ଏମ.ସି.ସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ମହାନ୍ତି, ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ଯୁବ ନେତା ପ୍ରଭାତ ମହାନ୍ତି, ଦେବାଶିଷ ପାତ୍ର, ଅନନ୍ତ ଦାସ, ରାଜ ଗୁପ୍ତା, ଦର୍ପ ନାରାୟଣ ପାଲ,ସରଜ ଶତପଥୀ,ଦେବଜିତ ପଟ୍ଟନାୟକ, ସମର୍ଜିତ ଗୋସ୍ୱାମୀ, ଭବାନୀ ଧଡ଼ା, କମଲ ଧଳ, ଅଭୟ ସିଂ, ମନୀଷ ବେହେରା, ଆୟୁଷ ଦାସ, ତରୁଣ ନାୟକ, ସୁଲଦୀପ ଘଡେଇ, ଦୀପକ ମଧୁଆଳ, ଅବିନାଶ ବେହେରା ଭୀଷ୍ମ ମହାନ୍ତ, ରବି ଶଙ୍କର ଦାସ, ସନ୍ଦୀପ ପରିଡା,ଅମିତ ପରିଡା, ସତ ଭୈରବ ବାରିକ, ବିଶ୍ୱଜିତ ପରିଛା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ପରିଶେଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ଥିଲା।