ବାରିପଦା: ଆଜି ଏକ ଦୁଷ୍କର୍ମ ସଂଙ୍କ୍ରାନୀୟ ମାମଲାର ବିଚାର କରି ଜିଲା ଓ ଦୈାରାଜଜ୍ ସୁଦୀପ୍ତ ଆଚାର୍ଯ୍ୟ ଭାରତୀୟ ପିଙ୍ଘଳ କୋର୍ଡ ଦଫା ୩୭୬(ଡି) ଅନୁଯାୟୀ ତିନି ଜଣ ଅଭିଯୁକ୍ତ ପ୍ରତ୍ୟେକ ଙ୍କୁ କୋଡିଏ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଆଦାୟ ଜୋରିମାନା ଅର୍ଥ କୁ ପିଡିତା କୁ ଦେବା ପାଇଁ ରାୟରେ ଉଲେଖ କରାଯାଇଅଛି । ଅଭିଯୁକ୍ତ ମାନେ ହେଲେ ମୟୁରଭଞ ଜିଲା ବୈଶିଙ୍ଘା ଥାନା ଅଞ୍ଚଳର କାଳିଆ ଓରଫ ରାକେଶ ଜେନା , ପିଣ୍ଟୁ ଓରଫ ରାଜେଶ ଜେନା ଏବଂ ତପୁ ଓରଫ ଦିକ୍ଷୀତ ଜେନା । ମାମଲାର ବିବରଣୀ ରୁ ପ୍ରକାଶ ଯେ ୧୫-୧୦-୨୦୨୧ ରିଖ ସନ୍ଧ୍ୟା ପାଖାପାଖି ୭.୪୫ ସମୟରେ ପିଡୀତା ଏବଂ ତାର ଜଣେ ପୁରୁଷ ବନ୍ଧୁ ଏକ ସ୍କୁଟି ଗାଡିରେ ବୈଶିଙ୍ଘା ଅଭିମୁଖେ ଆସୁଥିଲେ । ବାଟରେ ପିଡୀତା ର ଗୋଡ ବଥା କରିବାରୁ ସେମାନେ ଦୁହେଁ ରାସ୍ତା କଡରେ ଛିଡା ହୋଇଥିବା ସମୟରେଏହି ତିନିଜଣ ଅଭିଯୁକ୍ତ ଏକ ପଲସର ଗାଡିରେ ଆସି ପିଡୀତାର ପୁରୁଷ ବନ୍ଧୁ କୁ ମାଡ ମାରିବା ସହ ପିଡିତା କୁ ନିକଟସ୍ଥ ଏକ ଜଙ୍ଗଲ କୁ ନେଇ ତା ସହିତ ଜୋର ଜବରଦସ୍ତ ଦ୍ୁଷ୍କର୍ମ କରିଥିଲେ । ଏ ବବାଦରେ ତହିଁପରଦିନ ପିଡିତା ଙ୍କ ଅଭିଯୋଗ କ୍ରମେ ବୈଶିଙ୍ଘା ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମୁଦାୟ ୧୭ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ ପାଇଅଛି । ଉକ୍ତ କେସ କୁ ସରକାର ଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ସସ୍ମିତା ମହାପାତ୍ର ପରିଚାଳନା କରୁଥିଲେ ।

