Photo1 for the news of baunsa

ଅବହେଳିତ ବାଉଁଶ କାରିଗର, ପ୍ରୋତ୍ସାହନ ଅଭାବରୁ ବୁଡ଼ିବାକୁ ବସିଛି ବେଉସା

ରାଜ୍ୟ

ଆଗରପଡ଼ା :ରାଜ୍ୟରେ ବାଉଁଶ କାରିଗରୀ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଛି । ଫଳରେ କାରିଗରମାନଙ୍କର ସାମାଜିକ ଓ ଆର୍ôଥକ ଦୂରାବସ୍ଥା ବଢିବାରେ ଲାଗିଛି । ତେବେ ସରକାରୀ ପ୍ରୋସାôହନର ଅଭାବ ଓ ବିଭାଗୀୟ ଉଦାସିନ ଯୋଗୁଁ ଏହି କାରିଗରୀ ଲୋପ ପାଉଥିବାର ଜଣାପଡ଼ିଛି । ବାଉଁଶ କାରିଗରୀ ଲାଗି ସରକାରଙ୍କ କେତେକ ଯୋଜନା ଥିଲେ ମଧ୍ୟ ତାହା କାରିଗରଙ୍କ ପାଖରେ ଅପହଞ୍ଚ । କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ସେହି ସଂପ୍ରଦାୟର କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇବା ଓ ସଚେତନ କରାଇବାର ଗୁରୁ ଦାୟିତ୍ୱ ନେଇଥିଲେ ସୁଦ୍ଧା ସେମାନଙ୍କର ମାନସିକତା ଅଭାବ ଓ ସରକାରୀ କର୍ମଚାରୀଙ୍କ ଅଣଦେଖା ଯୋଗୁଁ ଏହା ହୋଇପାରୁ ନାହିଁ । ଯେତେ ନୂତନତ୍ୱକୁ ଆପଣେଇଲେ ମଧ୍ୟ ଏମିତି କିଛି ନିତ୍ୟାବଶ୍ୟକ ସାମଗ୍ରୀ ଅଛି ଯାହାର ପ୍ରତ୍ୟେକ କାର୍ଯ୍ୟରେ ନିତ୍ୟାନ୍ତ ଆବଶ୍ୟକ । ସେହି ସବୁ ସାମଗ୍ରୀ ବିନା କାର୍ଯ୍ୟ ଅସମ୍ଭବ ଯେପରିକି ବିଭାଘର,ବ୍ରତଘର,ପୂଜା ଆଦିରେ ସର୍ବ ପ୍ରଥମେ ବାଉଁଶ ଓ ବେତରେ ତିଆରି ସାମଗ୍ରୀ ଯଥା -କୁଲା,ନାଳିଆ,ଡଲା,ସେର,ମାଣ ଆଦିର ନିତ୍ୟାନ୍ତ ଆବଶ୍ୟକତା ରହିଥାଏ । ଏହି ସବୁ ସାମଗ୍ରୀ ବିନା ଉପରୋକ୍ତ କାର୍ଯ୍ୟ ସଂପାଦନ କରିବା ଅସମ୍ଭବ ହୋଇ ପଡିଥାଏ । ଏହି ପରି ସ୍ଥଳେ ଏହି ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କୁ ସଂପାଦନା କରୁଥିବା ସଂପ୍ରଦାୟ ତଥା ଏହି କାରିଗରୀକୁ ବୃତ୍ତିକରି ଜୀବିକା ନିର୍ବାହ କରୁଥିବା ବୃତ୍ତିଧାରୀ ଆଜି ଅବହେଳିତ । ସେମାନଙ୍କୁ ସେମାନଙ୍କର କୈାଳିକ ବୃତ୍ତିକୁ ପ୍ରତ୍ସୋହନ ଦେବା ପାଇଁ କୈାଣସି ସରକାରୀ ଅନୁଷ୍ଠାନ ର ଆଗ୍ରହ ନାହିଁ କିମ୍ବା କୈାଣସି ବେସରକାରୀ ଅନୁଷ୍ଠାନର ସହଯୋଗ ନାହିଁ । ଯଦ୍ୱାରା ସେମାନେ ସେମାନଙ୍କର ବେଉସାରୁ ନିଜକୁ ଦୂରେଇ ଦେଇ ଅନ୍ୟ ପନ୍ଥା ଅବଲମ୍ବନ କରିବାକୁ ସତ ଚେଷ୍ଠିତ ହେବାକୁ ବସିଲେଣି । ଆଗରପଡ଼ା ଓ ତା ଆଖପାଖ ଅଂଚଳ ଯଥା ଆଡ଼ିଆ, ଚାରିଗାଁ , ଜଳଙ୍ଗା, ଗେଲଟୁଆ , କୁଆପଦା ଆଦି ଏପରି ଗ୍ରାମ । ଯଦି ସବୁ ଗ୍ରାମକୁ ଆକଳନରେ ନିଆଯାଏ ତେବେ ପାଖା ପାଖି ୩୦୦ରୁ ୪୦୦ ପରିବାର ଏହି ବୃତ୍ତିକୁ ପ୍ରାଧେୟ କରି ଆଜିର ଆଧୁନିକ ଦୁନିଆରେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଚାରିଗାଁ ଗ୍ରାମରେ ଅବସ୍ଥିତ ଏହି ସଂପ୍ରଦାୟର କିଛି ପରିବାରକୁ ଯୋଗାଯୋଗ କରିବାରୁ ଜଣାପଡ଼େ ଯେ ସେମାନେ ତାଙ୍କ ପୂର୍ବ ପୁରୁଷ କରି ଆସୁଥିବା ଏହି ବେଉଷାକୁ ନିଜର ଜୀବିକା ରୂପେ ବାଛି ନେଇଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା କୁଲା , ନାଳିଆ ,ଡଲା, ଦଣ୍ଡୁରି , ଫୁଲଡଲା , ଶାଗଧୁଆ ପାଛିଆ , କୁକୁଡା ଝମ୍ପି , ଗଛ ମୁଡା , ଚଟେଇ, ବିଞ୍ଚଣା, ଖଟେଇ , ଚାଲୁଣି ଆଦି ତିଆରି କରିଥାନ୍ତି ।

Photo2 for the news of baunsa

ଏହି ସବୁ ସାମଗ୍ରୀକୁ ସେମାନେ କଟକର ବାଲି ଯାତ୍ରା , ଢେଙ୍କାନାଳର ଲକ୍ଷ୍ମୀ ପୂଜା, ଭଦ୍ରକର କାଳିପୂଜା ଆଦି ସ୍ଥଳିକୁ ବିକ୍ରି ପାଇଁ ନେଇ ଥାଆନ୍ତି । ହାଟ ବାରିରେ ଯେପରିକି ଆଗରପଡ଼ାର “ସୁଭଦ୍ରା ମହତାବ ହାଟ”ରେ ମଧ୍ୟ ଏହି ସବୁ ଜିନିଷ ବିକ୍ରି ହୋଇଥାଏ । ଚାରିଗାଁ ଅଞ୍ଚଳର ଏହି ବେଉଷାକୁ ନିଜର ଜୀବିକା ରୂପେ ଗ୍ରହଣ କରିଥିବା କିଛି ପରିବାରର ସଦସ୍ୟ ଙ୍କ କହିବା ଅନୁସାରେ ସେମାନେ ପ୍ରତିଦିନ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରି ଏକ ସପ୍ତାହ ମଧ୍ୟରେ ତିଆରି କରିଥିବା ସାମଗ୍ରୀକୁ ବିକ୍ରି କଲେ ସମୁଦାୟ ଖର୍ଚ୍ଚପରେ ୧୦୦୦ଟଙ୍କା ପାଇବା ମଧ୍ୟ କଷ୍ଟକର ହୋଇ ପଡ଼ିଥାଏ । ଯାହା ପ୍ରତ୍ୟେକ ଦିନ ଖଟୁଥିବା ଦିନ ମଜୁରିଆଙ୍କ ଠାରୁ ବି କମ୍ । ଆଧୁନିକ ଯୁଗରେ ଏହି ରୋଜଗାରରେ ସେମାନେ ତାଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ କେତେ ଯେ କଷ୍ଟ ଅନୁଭବ କରୁଛନ୍ତି ସେମାନେ ହିଁ ଜାଣନ୍ତି । ସେମାନଙ୍କ କହିବା ଅନୁସାରେ ବୁଣିବା ପାଇଁ ଦରକାର କରୁଥିବା ସାମଗ୍ରୀ ଯଥା କେରଟ,ବାଉଁଶ,ରଙ୍ଗ ଆଦି ସେମାନଙ୍କୁ କିଣିବାକୁ ପଡ଼ିଥାଏ । ତେଣୁ ଏଥିପାଇଁ ଯଦି ତାଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳି ପାରନ୍ତା ତେବେ ସେମାନେ ତାଙ୍କ ବୃତ୍ତିକୁ ସୂଚାରୁ ରୂପେ ପରିଚାଳନା କରିପାରନ୍ତେ ବୋଲି କହନ୍ତି । ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କମ୍ ଥିବାରୁ ସରକାରଙ୍କ ଦ୍ୱାରା ପ୍ରଦକ୍ତ ସୁବିଧା ଓ ସୁଯୋଗ ସେମାନଙ୍କ ପାଖରେ ପହଞ୍ôଚ ନ ପାରୁଥିବାର ସେମାନେ ଅଭିଯୋଗ କରନ୍ତି । ସରକାର ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଆମ୍‌ôନିର୍ଭରଶିଳର ସୁଯୋଗ ସୃଷ୍ଟି କରିଥିବା ସ୍ଥଳେ ତାହା ଏହି ସଂପ୍ରଦାୟ ପାଖରେ ଆଜିବି ଅଜଣା । ତେଣୁ ଯଦି ସରକାର ଏହି ବାଉଁଶ କାରିଗରୀକୁ ଏକ କୁଟିଳ ଶିଳ୍ପ ଭାବେ ଗ୍ରହଣକରି ଆବଶ୍ୟକ ସହାୟତା,ସହଯୋଗ ଓ ପ୍ରଶିକ୍ଷଣର ବ୍ୟବସ୍ଥା କରନ୍ତେ ତେବେ ବାଉଁଶ ବେଉଷା ବଞ୍ôଚବା ସହ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସନ୍ତା ବୋଲି ବୁଦ୍ଧିଜୀବୀମାବେ ମତ ପ୍ରକାଶ କରିଛନ୍ତି ।

Shrutilipi ad