ବାରିପଦା : ବାରିପଦା ସହର ଅନ୍ତର୍ଗତ ୮ ନମ୍ବର ୱାର୍ଡସ୍ଥିତ ଶଙ୍ଖପଟ୍ଟା ଛକରେ ପବିତ୍ର ରଜ ପର୍ବ ଉପଲକ୍ଷେ ନିଆରା ଢଙ୍ଗରେ ରାଧାକୃଷ୍ଣଙ୍କ ୫୦ ତମ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଚଳିତ ମାସ ୧୫ ତାରିଖ ଦିନ ବୁଢାରାଉଳ ମଠ ନିକଟସ୍ଥ ଚିପଟ ନିଦୀରୁ ଘଟ ଉତ୍ତୋଳନ ଯଥା ରୀତିନୀତିରେ କରାଯାଇ ଏକ ଶୋଭାଯାତ୍ରାରେ ପୂଜସ୍ଥଳୀରେ ପହଞ୍ଚିଥିଲା I ୧୦ ଦିନ ଧରି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ପୂଜା ପାଇ ଶେଷରେ ୨୪ ତାରିଖ ଦିନ ବିସର୍ଜନ କରାଯାଇଥିଲା I ୧୯୭୫ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବ ଏବର୍ଷ ୫୦ ବର୍ଷରେ ପଦାର୍ପଣ କରିଛି ବୋଲି ପୂଜା କମିଟି ସଭାପତି ଚିତ୍ତରଞ୍ଜନ ବାସଙ୍ଗ ଜଣାଇଛନ୍ତି I ବାରିପଦା ତଥା ଆଖପାଖ ଅଂଚଳରେ ରଜରେ ରାଧାକୃଷ୍ଣଙ୍କ ପୂଜା ଦେଖିବାକୁ ମିଳେ ନାହିଁ ବୋଲି ବରିଷ୍ଠ ସଦସ୍ୟ ପ୍ରଭାସ ଚନ୍ଦ୍ର ଘଢେଇଙ୍କ ସୂତ୍ରରୁ ପ୍ରକାଶ I ତେଣୁ ସ୍ଥାନୀୟ ଯୁବକମାନେ ସାହିରେ ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଏହି ପୂଜା କରିଆସୁଛନ୍ତି ବୋଲି ଅନ୍ୟତମ ବରିଷ୍ଠ ସଦସ୍ୟ କୁଞ୍ଜ ଶତପଥି ଜଣାଇଛନ୍ତି I ପ୍ରତ୍ୟେକ ଦିନ ପୂଜା ପରେ ଭକ୍ତ ମାନଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥାଏ I ସ୍ଥାନୀୟ ଅଂଚଳର ବାସିନ୍ଦାଙ୍କ ଦାନରେ ଦୀର୍ଘ ବର୍ଷ ଧରି ପୂଜା ଵିଧି ଅନୁଷ୍ଠିତ ହୋଇଆସୁଛି ବୋଲି ସମ୍ପାଦକ ସତ୍ୟଜିତ ବାରିକ ଜଣାଇଛନ୍ତି I ଶେଷ ସନ୍ଧ୍ୟାରେ ଅର୍କେଷ୍ଟ୍ରI କାର୍ଯ୍ୟକ୍ରମରେ ଅତିଥି ଭାବେ ସିନେ ତାରକା ସ୍ୱରାଜ ବାରିକ ଯୋଗ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମହେନ୍ଦ୍ର ପଲେଇ, ଶିବୁ ରଣା, ମନୋଜ ସାମଲ, ଗଣେଶ ରାମ, ଜାସାୟ ସୋରେନ, ଉତ୍ତମ ଦେ, ଟୁନା ବାରିକ, ମୋହନ ଦାସ, ଅମ୍ର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରର ପରିଚାଳନା କରିଥିଲେ I

