ବାରିପଦା- ବିଜୟଓ୍ବାଡା – ରାଞ୍ଚି ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି ।ଅମାନିଆ ଚାଳକ ହେଉ ଅବା ନିଶାଗ୍ରସ୍ତ ଯୁବକ ହେଉ ଅବା ଦୃତ ଗତି ମହା ବିପତ୍ତି ହେଉ ରାସ୍ତାରେ ଗଡୁଛି ମୁଣ୍ଡ ।ଗତକାଲି ରାତିରେ ୨୨୦ ନମ୍ବର ଜାତୀୟ ରାଜପଥ ରାଇରଙ୍ଗପୁର- ଯଶିପୁର ରାସ୍ତାର କୁସୁମି ବ୍ଳକର ଵଳଦପୁର ନିକଟରେ ଦୁଇଟି ବାଇକ୍ ଆସନା ସାମ୍ନା ହେବା ଫଳରେ ଜଣଙ୍କର ମୃତ୍ୟୁ ସୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ସୂଚନା ଯୋଗ୍ୟ କୁସୁମି ବ୍ଳକର ସାରସପଦା ଗ୍ରାମର ବାପ ପୁଅ ସୁନା ରାମ ଟୁଡୁ(୬୦) ଏବଂ ଦିବ୍ୟଲୋଚନ ଟୁଡୁ(୨୪) ଖେରଣାରୁ ନିଜ ଗାଁକୁ ବାଇକ ( OR11J 4067)ଫେରୁଥିବା ବେଳେ ସାମନା ପଟୁ ବାଲିଆଢିପା ଗ୍ରାମର ପ୍ରେମ ପୂର୍ତ୍ତି ବାଇକ୍ (O9AB 3097) ସହିତ ଧକ୍କା ହେବା ଫଳରେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ୩ ଜଣଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣା ଯାଇଥିଲା ।ଡାକ୍ତର ସୁନା ରାମ ଟୁଡୁଙ୍କୁ ମୃତ ଘୋଷଣା କରିଥିଲେ । ପରିସ୍ଥିତି ଗୁରୁତର ଯୋଗୁଁ ପ୍ରେମ ଏବଂ ଦିବ୍ୟଲୋଚନଙ୍କୁ ବାରିପଦା ପିଆରଏମ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।ଏହାକୁ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ କେଶ ନମ୍ବର ୯୪ /୨୫ ରୁଜୁ ହେବା ସହ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ପୋଲିସ ବାଇକ ଦୁଇଟିକୁ ଜବତ କରିବା ସହ ଘଟଣା ତଦନ୍ତ କରୁଛି l
ସେହିପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ପାଖ ଜାତୀୟ ରାଜପଥ ୨୨୦ ନମ୍ବର ମା ବାଟବଙ୍ଗଳା ଢ଼ାବା ନିକଟରେ ଶନିବାର ରାତିରେ ଦୁଇଟି ବାଇକ୍ ଆମନା ସାମନା ହେବା ଫଳରେ ଉଭୟ ଗାଡ଼ିରେ ଥିବା ଆରୋହୀମାନେ ରାସ୍ତାରେ ଛିଟିକି ପଡ଼ିଥିଲେ ।ରକ୍ତ ଜୁଡୁବୁଡୁ ଅଵସ୍ଥାରେ ସେମାନଙ୍କୁ ରାଇରଙ୍ଗପୁର ହସପିଟାଲକୁ ଅଣାଯାଇଥିଲା ।ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଜଣେ ଗୁରୁତର ହୋଇଥିଲେ । ମୃତକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତାମୁଡିହା ଧାତକୀ ସାହି ଗ୍ରାମର ବିଷ୍ଣୁ ପାତ୍ର(୨୨) ଏବଂ ଗୁରୁତର ହେଲେ ଭୋଳାବେଡା ଗ୍ରାମର ଗଣେଶ ସିଂ (୧୯) ।ରାଇରଙ୍ଗପୁର ଟାଉନ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।ଅନ୍ୟ ବାଇକର ଚାଳକ ଏବଂ ଆରୋହୀ ଦୁର୍ଘଟଣା ଘଟାଇ ଅନ୍ଧାରୀ ମୁଲାକାର ସୁଯୋଗ ନେଇ ଦୃତ ଗତିରେ ଖସି ପଳାଇଛନ୍ତି ।ରାଇରଙ୍ଗପୁର କଲେଜ ଛକ କିଛି ଦୂରରେ ନୋ ଏଣ୍ଟ୍ରି ପଏଣ୍ଟ ଥିବା ସହ ଲୌହ ବୋଝେଇ ଭାରିଯାନ ଟ୍ରକ ଛିଡ଼ା ହୋଇଥିବା ଏବଂ ଅନ୍ଧାର ଇଲାକା ଥିବାରୁ ବାଇକ ଚାକରମାନେ ଦୃତ ଗତିରେ ଆସି ଭାରସାମ୍ୟ ହରାଇ ହେଉ ଅବା ଗାଡ଼ି ଓଭରଟେକ ଘଟଣା ନେଇ ବର୍ଷକରେ ୩/୪ ଟି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି ।ଶୁକ୍ରବାର ଦିନ ମଧ୍ୟ ଏହି ରାସ୍ତାରେ ବାଇକ / ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।ତେଣୁ ନୋ ଏଣ୍ଟ୍ରି ପଏଣ୍ଟକୁ ଭାଲୁଵସା ରାଣୀ ବନ୍ଧ ସେପାଖକୁ ସ୍ଥାନାନ୍ତର କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।

