Wrerwe

ଘର ହାତୀ ଭାଙ୍ଗିଲା; କବାଟ ଭାଙ୍ଗି ଧାନ, ଚାଉଳ ଖାଇଦେଲା

ରାଜ୍ୟ
ବାରିପଦା: ହାତୀ ଏବେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ।ହାତୀର ଵାସ ସ୍ଥାନ ଖଣି ଖାଦାନ ଯୋଗୁଁ ଜଙ୍ଗଲ ସହ ପରିବେଶ ମାତ୍ରାଧିକ ନଷ୍ଟ ହେଉଛି ।ଅର୍ଥ ପିପାସୁ ମଣିଷ ଜୀବଜନ୍ତୁଙ୍କ ପ୍ରତି ନିର୍ଦୟ ହୋଇ ପଡିଛି ।ଖଣି ଖାଦାନ ଯୋଗୁଁ ଏକର ଏକର ଜଙ୍ଗଲ ଜମି ନଷ୍ଟ କରାଯାଇଛି ।ହାତୀ ଵେଘର ହୋଇ ପଡ଼ିଛି । ବାସ ହରା ହାତୀକୁ ସୁରକ୍ଷା ଦେବା କିଏ? ଜଙ୍ଗଲ ଜମି ନଷ୍ଟ ଯୋଗୁଁ ହାତୀଙ୍କ ପାଇଁ ଖାଦ୍ଯ ସଙ୍କଟ ଦେଖା ଦେଇଛି ।ବାଧ୍ୟ ହୋଇ ଖାଦ୍ୟ ଅନ୍ବେଷଣରେ ଗାଁ ଓ ସହରକୁ ପଶି ଏକର ଏକର ଚାଷ ଜମି ନଷ୍ଟ କରିବା ସହ ନିରିହ ଆଦିବାସୀଙ୍କ ଘର ଭାଙ୍ଗି ନଷ୍ଟ କରୁଛି  । ଦିନ ଥିଲା ହାତୀ ମଣିଷର ବଂଧୁ ‌।    ଏବେ ହାତୀ ସାଜିଛି ମଣିଷର ବଇରୀ  ଏବଂ ମଣିଷ ସାଜିଛି ହାତୀର ବଇରୀ।ହାତୀ ମଣିଷର ଲଢେଇ ଓ ମୁହାଁମୁହିଁ ଚାଲିଛି ।କେଉଁଠି ହାତୀକୁ ମାରି ଦିଆଯାଉଛି ତ କେଉଁଠି ହାତୀ ମଣିଷର ଜୀବନ ନେଉଛି ।
ସୂଚନାଯୋଗ୍ଯ  ଗୁରୁବାରି ଏବଂ ତାଙ୍କ ପୁଅ  ବାଙ୍ଗିରପୋଷୀକୁ ଵନ୍ଧୁଵାସିଆ ଯାଇଥିଲେ ।ସେହି  ରାତିରେ ବିଜାତଳା ବ୍ଳକ ଅନ୍ତର୍ଗତ  ଅନ୍ତର୍ଗଡ ସରଗଡା ପଞ୍ଚାୟତର ଭିଜିଡ଼ି ଗ୍ରାମର  ବିଧବା ଗୁରୁବାରୀ ମୁଣ୍ଡା ଘରକୁ ରାତିରେ ହାତୀ କବାଟ ଭାଙ୍ଗି ଧାନ ଚାଉଳ ଖାଇ ଦେଇଛି । ଯଦି  ସେହିଦିନ ରାତିରେ ଘରେ ଥାଆନ୍ତା ତାହାହେଲେ ମାଆ ପୁଅଙ୍କ ଜୀବନ କ’ଣ  ହୋଇଥାନ୍ତା ଭଗବାନ ଜାଣନ୍ତି !  ନିକଟସ୍ଥ ଜଙ୍ଗଲରୁ ହାତୀପଲ ବାରମ୍ବାର ଗ୍ରାମାଭିମୁଖି ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଉଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି।ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ପ୍ରଦାନ ସହ ହାତୀ ଘଉଡାଇବାକୁ ପଦକ୍ଷେପ ନେବାକୁ ଦାବି ହୋଇଛି l ଗୁରୁଵାରି ହାତୀ ଦ୍ବାରା ଘରଭଙ୍ଗା ଓ ଖାଦ୍ୟ ନଷ୍ଟ ପାଇଁ ଵନଖଣ୍ଡ କାର୍ଯ୍ୟାଳୟକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି  ।ଆର ଆଇ ଘଟଣାସ୍ଥଳରେ ପହଞ୍ଚି ବିଚରା ଗରୀବ ଗୁରୁବାରି କୁ ପୋଲିଥିନ ଖଣ୍ଡେ ଦେଇଛନ୍ତି l