ବାରିପଦା – ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଳକଗତ ତିନି ଦିନ ଧରି ସାରା ତିରିଙ୍ଗ ବ୍ଳକ ଅନ୍ତର୍ଗତ ନିରଣପୁର ପଞ୍ଚାୟତର ସାନସାମଦ ଗ୍ରାମର ଜନୈକ ବ୍ୟକ୍ତି ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ପୋଖରୀଆ ଡେମର ଶୌଚ କରିବାକୁ ଯାଇ ଭାସି ଯାଇଥିଵା ଅଭିଯୋଗ ହୋଇଛି । ବର୍ଷା ଯୋଗୁଁ ପୋଖରୀଆ ଡେମର ଜଳସ୍ତର ବିପଦ ସଙ୍କେତକୁ କଟିଥିଲା ।ଅଗ୍ନିଶମ ବିଭାଗ ,ପୋଲିସ ବିଭାଗ ଏବଂ ଗ୍ରାମବାସୀ ଖୋଜି ଖୋଜି ଶେଷରେ ମୃତକକୁ ଉଦ୍ଧାର କରିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଜି ରାଇରଙ୍ଗପୁର ହସ୍ପିଟାଲରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ମୃତକ ହେଲେ ସାନସାଦମ ଗ୍ରାମର ହାଡିଆ ବାସ୍କେ ( ୫୫ ) , ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଘର ଲୋକେ ସେ ସେଠାରେ ବୁଡି ଯାଇଥିବାର ସନ୍ଦେହ କରି ତିରିଙ୍ଗ ପୋଲିସ କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଥାନା ଅଧିକାରୀ ପ୍ରଶାନ୍ତ ଜେନା , ଏଏସଆଇ ସନାତନ ବେହେରା , ତହସିଲଦାର ସୁଶାନ୍ତ କୁମାର ବେହେରା , ତିରିଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଡ୍ୟାମ ଭିତରେ ସନ୍ଦେହ କରି ମୃତ ଦେହ ଖୋଜିବାକୁ ଲାଗିଥିଲେ । ତିନି ଚାରି ଘଣ୍ଟା ବହୁ ପରିଶ୍ରମ କରି ଶେଷରେ କିଛି ନ ମିଳିବାରୁ ନିରାଶ ହୋଇ ଫେରିଥିଲେ । ଶେଷରେ ବାରିପଦାର ଓଡ୍ରାଫ୍ଟ ଟିମ ପହଁଞ୍ଚି ଗଭୀର ଜଳ ଭିତରୁ ହାଡ଼ିଆ ବାସ୍କେଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ମୃତକଙ୍କ ତିନୋଟି ଝିଅ , ଦୁଇଟି ପୁଅ ଅଛନ୍ତି ।
ସେହିପରି ଅନ୍ୟ ଏକ ଘଟଣା କ୍ରମେ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ମଢେଇକଚା ପଞ୍ଚାୟତର ଖେଜୁରୀ ବାଲିଆ ପଡିଆ ରେ ରଜ ଉପଲକ୍ଷେ ଅବସରରେ ପ୍ରସିଦ୍ଧ ଫୁଟବଲ ଖେଳ ହୁଏ । ଏହି ଗ୍ରାମାଞ୍ଚଳ ଫୁଟବଲ ଖେଳ ଉପଭୋଗ କରିବାକୁ ଦୂର ଦୂରାନ୍ତରୁ ଲୋକେ ଛୁଟି ଆସନ୍ତି ।କିନ୍ତୁ ଏହି ସମୟରେ ୩ ଦିନ ଧରି ଲଗାଣ ବର୍ଷା ହେଉଥିଲା । ବୁଧୁବାର ଦିନ ଫୁଟବଲ ଖେଳ ଦେଖିବାକୁ ଆସି ମାଣିକପୁର ପଞ୍ଚାୟତର ଜନୈକ ଯୁବକ ଘରକୁ ଫେରି ନ ଥିବା ଅଭିଯୋଗ ହୋଇଥିଲା ।ଘରକୁ ଫେରି ନ ଥିବାରୁ ପରିବାର ଲୋକେ ଯୁବକ ଙ୍କୁ ଖୋଜାଖୋଜି କରି ପାଇ ନ ଥିଲେ ।ଆଜି ଶନିବାର ସକାଳେ ଲୋକେ ଦଲକି ନାଳ ରେ ଯୁବକ ଭାସୁଥିବା ଦେଖି ଗୋରୁମାହିଷlଣି ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ l ମୃତକ ହେଲେ ବିଜାତଳା ବ୍ଲକ ର ମାଣିକପୁର ପଂଚାୟତ ର ମାଣିକପୁର ଗାଁ ରାମସିଂ ସୋରେନ ପୁଅ ସୁଶାନ୍ତ ସୋରେନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ମୃତକଙ୍କୁ ଶବ ବ୍ୟବଚ୍ଛଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁପଠାଇବା ସହ ଅପମୃତ ମାମଲା କେଶ ନମ୍ବର ୧୩/୨୫ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।ସୁଶାନ୍ତ ଜଣେ ଯୁବ ସମାଜସେବୀ ,ସେନାପତି,କ୍ରୀଡା ପ୍ରିୟ ଯୁବକ ଥିଲେ ।ତାଙ୍କର ଏଭଳି ଦୁଃଖଦ ମୃତ୍ୟୁ ନେଇ ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି । ସୁଶାନ୍ତ ମୃତ୍ୟୁ ନେଇ ରାମଦୋଳି ଯୁବକ ସଂଘ ତରଫରୁ ଶୋକ ପ୍ରକାଶ କରାଯାଇଛି ।

