ଆଗରପଡ଼ା :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧ ବର୍ଷ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଗୁରୁବାର ବନ୍ତ ବ୍ଲକ ଗଣିଜାଙ୍ଗ ଓ ଓଡ଼ଙ୍ଗ ପଂଚାୟତରେ ସଚେତନତା ସଭା ସହ ଏଲଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବାର୍ଭା ପହଞ୍ଚଚାଇବା ସହ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ କାର୍ଡ଼ ବଣ୍ଟନ କରାଯାଇଥିଲା । ବିକାଶ ବାହନ ଗଣିଜାଙ୍ଗ ପଂଚାୟତରେ ପହଂଚିବା ପରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ସୁପ୍ରଭା ପ୍ରଧାନ, ନାରୀନେତ୍ରୀ ରିତାରାଣୀ ବେହେରା, ସରପଂଚ ରଶ୍ମିତା ସେଠି, କୃଷି କର୍ମଚାରୀ ତପନ ସେଠି, ମେଡିକାଲ ଷ୍ଟାପ କ୍ରିଷ୍ଣା ସାହୁ, ସଞ୍ଜୟ ମଲ୍ଲିକ, ନିରଞ୍ଜନ ପାଢ଼ୀ, ବିଜୟ ପ୍ରଧାନ, ରାଜଲଷ୍ମୀ ଦାସ, ହୃଦାନନ୍ଦ ଘଡ଼ାଇ,ମନୋରଞ୍ଜନ ଘଡ଼ାଇ, ଶିବ ପଣ୍ଡା,ସମେତ ପଞ୍ଚାୟତ ନେତୃବୃନ୍ଦ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନ କରିଥିଲେ । ପରେ ନୂତନ ଭତ୍ତା, ରେସନ କାର୍ଡ଼, ଗୃହର କାର୍ଯ୍ୟାଦେଶ ଆଦି ବଣ୍ଟନ କରାଯାଇଥିଲା । ପାଲା ମାଧ୍ୟମରେ ସରକାରଙ୍କ ସମସ୍ତ ସୁବିଧା ବିଷୟ ସହିତ ଡ଼ାଇରିଆ ପାଇଁ ସଚେତନ ରହିବା ପାଇଁ କୁହାଯାଇଥିଲା ।

ସେହିପରି ଓଡ଼ଙ୍ଗ ପଂଚାୟତରେ ପଂଚାୟତ କାର୍ଯ୍ୟନିର୍ଭହୀ ଅଧିକାରୀ ଜୟ ପ୍ରକାଶ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଂଚ ପ୍ରତିନିଧି ଚିନ୍ମୟ କୁମାର ଦାସ, ପ୍ରାକ୍ତନ ସରପଂଚ ଧନେଶ୍ୱର ପଢିହାରୀ, ଏମବିକେ ଜ୍ୟୋତିର୍ମୟୀ ପଣ୍ଡାଙ୍କ ସମେତ ସମସ୍ତ ନେତୃମଣ୍ଡଳୀ, ମେଡିକାଲ କର୍ମଚାରୀ, କୃଷିକର୍ମଚାରି, ଆଶା, ଅଙ୍ଗନୱାଡି କର୍ମୀ, ସି ଆରପି,ବିଦ୍ୟୁତ ବିଭାଗ କର୍ମକର୍ତ୍ତ ଉପସ୍ଥିତ ଥିଲେ । ନୂତନ ଭତ୍ତା, ରାସନ କାର୍ଡ଼, ଗୃହର କାର୍ଯ୍ୟାଦେଶ ଆଦି ବଣ୍ଟନ କରାଯାଇଥିଲା । ପାଲା ମାଧ୍ୟମରେ ସରକାରଙ୍କ ସମସ୍ତ ସୁବିଧା ବିଷୟ ସହିତ ଡ଼ାଇରିଆ ପାଇଁ ସଚେତନ ରହିବା ପାଇଁ କୁହାଯାଇଥିଲା ।

