ବାରିପଦା- ଗଜରାଜ ଏବେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଛନ୍ତି ।ହାତୀର ଵାସ ସ୍ଥାନରେ ଖଣି ଖାଦାନ ଯୋଗୁଁ ଜଙ୍ଗଲ ସହ ପରିବେଶ ମାତ୍ରାଧିକ ନଷ୍ଟ ହେଉଛି ।ଅର୍ଥ ପିପାସୁ ମଣିଷ ଜୀବଜନ୍ତୁଙ୍କ ପ୍ରତି ନିର୍ଦୟ ହୋଇ ପଡିଛି ।ଖଣି ଖାଦାନ ଯୋଗୁଁ ଏକର ଏକର ଜଙ୍ଗଲ ଜମି ନଷ୍ଟ ହେଉଛି ।ହାତୀ ଵେଘର ହୋଇ ପଡ଼ିଛି । ବାସ ହରା ହାତୀକୁ ସୁରକ୍ଷା ଦେବ କିଏ? ଜଙ୍ଗଲ ଜମି ନଷ୍ଟ ଯୋଗୁଁ ହାତୀଙ୍କ ପାଇଁ ଖାଦ୍ଯ ସଙ୍କଟ ଦେଖା ଦେଇଛି ।ବାଧ୍ୟ ହୋଇ ଖାଦ୍ୟ ଅନ୍ବେଷଣରେ ଗାଁ ଓ ସହରକୁ ପଶି ଏକର ଏକର ଚାଷ ଜମି ନଷ୍ଟ କରିବା ସହ ନିରିହ ଆଦିବାସୀଙ୍କ ଘର ଭାଙ୍ଗି ନଷ୍ଟ କରୁଛି ତଦସହ ମଣିଷର ଜୀବନ ନେଉଛି । ଦିନ ଥିଲା ହାତୀ ମଣିଷର ବଂଧୁ ; ହାତୀ ମେଳା ସାଥୀ । ଏବେ ହାତୀ ସାଜିଛି ମଣିଷର ବଇରୀ ।ହାତୀ ମଣିଷର ଲଢେଇ ଚାଲିଛି ।କେଉଁଠି ହାତୀକୁ ମାରି ଦିଆଯାଉଛି ତ କେଉଁଠି ହାତୀ ମଣିଷର ଜୀବନ ନେଉଛି ।
ସୂଚନାଯୋଗ୍ଯ ସୋମବାର ରାତିରେ ଵିଶୋଇ ବ୍ଳକ ଅନ୍ତର୍ଗତ ମଣଦା ରେଞ୍ଜ ଅନ୍ତର୍ଗଡ ଯୁଡିଆ ପଞ୍ଚାୟତର ଯୁଡିଆ ଗ୍ରାମର ଦେଓ୍ବାନ ମାର୍ଣ୍ଡି ଘରକୁ ରାତିରେ ହାତୀ ଆକ୍ରମଣ କରି ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଛି ।ହାତୀର ଶବ୍ଦ ଜାଣିପାରି ଦେଓ୍ବାନ ମାର୍ଣ୍ଢି ଙ୍କ କଚା ଘରକୁ ଶୁଣ୍ଢ ଓ ଗୋଡ଼ରେ ଆକ୍ରମଣ କରି ଭାଙ୍ଗିବା ସହ ଧାନ ଓ ଚାଉଳ ଖାଇ ପଳାଇଥିଲା ।ଦେଓ୍ବାନୀ ମାରାଣ୍ଡୀ ଓ ପରିବାର ଲୋକେ ଜାଣିପାରି ଅନ୍ଧାର ରାତିରେ ଜୀବନ ବିକଳେ ଲୁଚି ଯାଇଥିଲେ ।ଖବର ପାଇ ମଣଦା ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ।ହାତୀ ଏହି ଇଲାକାରେ ବାରମ୍ବାର ଘର ଦୁଆର ଚାଷ କ୍ଷତି କରୁଥିବାରୁ ଚାଷୀମାନେ ଭୟଭୀତ ହୋଇ ପଡିଛନ୍ତି ।ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ପ୍ରଦାନ ସହ ହାତୀ ଘଉଡେଇବାକୁ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।

