Img 20250617 wa0140

ବାରିପଦାଠାରେ ପାଲେଷ୍ଟାଇନ ସଂହତି ଦିବସ ପାଳିତ

ରାଜ୍ୟ
ବାରିପଦା: ଯୁଦ୍ଧ ଖୋର ଇସ୍ରାଏଲ ପାଲେଷ୍ଟାଇନ ଉପରେ ଅମାନବୀୟ ଆକ୍ରମଣ କରି ଚଳାଇଥିବା ନରସଂହାରକୁ ବିଶ୍ଵ ବ୍ୟାପୀ ବାମପନ୍ଥୀମାନେ ତୀବ୍ର ନିନ୍ଦା କରିବା ସହିତ ପ୍ରତିବାଦ ସ୍ବରୂପ ଆଜି ଦେଶବ୍ୟାପୀ ପାଲେଷ୍ଟାଇନ ପ୍ରତି ସଂହତି ପ୍ରଦର୍ଶନ କରିଛନ୍ତି। ଘୋର ଉଦବେଗର ବିଷୟ,ଭାରତର ବୈଦେଶିକ ନୀତି ଅନୁସାରେ ପାଲେଷ୍ଟାଇନ ସପକ୍ଷରେ ଭାରତ ରହି ଆସିଥିବା ବେଳେ, ଯୁଦ୍ଧଖୋର ଓ ଅସ୍ତ୍ର ବେପାରୀ ସାମ୍ରାଜ୍ୟବାଦୀ ଆମେରିକା ମଦତରେ ଭାରତରେ ସାମ୍ପ୍ରଦାୟିକ ମୋଦି ସରକାର କୋମଳମତି ଶିଶୁ, ମହିଳା, ଆବାଳ ବୃଦ୍ଧ ବନିତାକ ଗଣହତ୍ୟା ଓ ବର୍ବର ନରସଂହାର ବିରୋଧରେ ମିଳିତ ଜାତିସଂଘରେ ପ୍ରତିବାଦ ନ କରିବା ବା ଇସ୍ରାଏଲ ଯୁଦ୍ଧ ଓ ନରସଂହାର ପ୍ରସଙ୍ଗରେ ମତ ନ ଦେଇ ବିରତ ରହିବା ଅତ୍ୟନ୍ତ ନିନ୍ଦନୀୟ ଓ ଅମାନବୀୟ। ଏହି ପରିସ୍ଥିତିରେ ବାମପନ୍ଥୀ ଦଳମାନଙ୍କ ଦେଶବ୍ୟାପୀ ପ୍ରତିବାଦର ଅଂଶ ବିଶେଷ ଭାବେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମୟୂରଭଞ୍ଜ ପକ୍ଷରୁ ସ୍ଥାନୀୟ ପାଲବଣି ଠାରେ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ରଙ୍କ ନେତୃତ୍ବରେ ଗଣ ପ୍ରତିବାଦ ଅନୁଷ୍ଠିତ ହୋଇ ଇସ୍ରାଏଲ ଆକ୍ରମଣ ବିରୋଧରେ, ପାଲେଷ୍ଟାଇନର ସାର୍ବଭୌମତ୍ୱ, ମାନବାଧିକାର ସପକ୍ଷରେ ସଂହତି ପ୍ରଦର୍ଶନ କରିବା ସହ ପଶ୍ଚିମ ଏସିଆ ସମେତ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ନୁହେଁ, ଶାନ୍ତି ସହ ମୁକ୍ତ ପାଲେଷ୍ଟାଇନ ଦାବି କରାଯାଇଥିଲା ବେଳେ, ଆଗାମୀ ତୃତୀୟ ବିଶ୍ବ ଯୁଦ୍ଧକୁ ଏଡାଇ ସମଗ୍ର ବିଶ୍ୱର ଜନଗଣକୁ ଶାନ୍ତି ମୈତ୍ରୀ ର ଡୋରିରେ ରଖିବାକୁ ଦାବି କରାଯାଇଛି।
ଏହି ଅବସରରେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ କ୍ରମେ ପାଲବଣିରୁ ରଂଗାମାଟିଆ ପ୍ରସ୍ତାବିତ ରାସ୍ତା ସଂପ୍ରସାରଣ ନାମରେ ଗରିବଙ୍କୁ ଉଚ୍ଛେଦ, ବଡ଼ ବଡିଆକୁ ପ୍ରୋତ୍ସାହନ ଦିଆଯିବା ସରକାରୀ କଳର ପାତର ଅନ୍ତର ନୀତିକୁ ପ୍ରଶ୍ନ କରୁଛି, ଯାହାକି ନିନ୍ଦନୀୟ ବୋଲି ଆଜି ଅନୁଷ୍ଠିତ ଏକ ପ୍ରତିବାଦ ଶୋଭାରେ ମତ ପ୍ରକାଶ ପାଇଅଛି l ଆଜିର ଏହି ପ୍ରତିବାଦ ଶୋଭାରେ ସାଥୀ ଶ୍ରୀକାନ୍ତ ସାମଲ, କାହ୍ନୁଚରଣ ବେହେରା, ରାଜେଶ୍ ସେନାପତି, ଶ୍ରୀକାନ୍ତ ବୋଷ, ମହେଶ୍ୱର ବେହେରା, ସତ୍ୟରଞ୍ଜନ ପ୍ରଧାନ, କୃତିବାସ ନାଥ, ଦୀପକ୍ ବୋଷ ପ୍ରମୁଖ ଉପସ୍ଥିତ ଥିଲେ।
Shrutilipi ad