Photo for the news of raja

ମା’ଦକ୍ଷିଣଚଣ୍ଡୀ ରଜ ମହୋତ୍ସବ ଉଦ୍‌ଯାପିତ

ରାଜ୍ୟ

ଭାଇଚାରାକୁ ସୁଦୃଢ କରେ ରଜ ମହୋତ୍ସବ : ବିଧାୟକ

ଆଗରପଡ଼ା :ଆଗରପଡ଼ା ପୁରୁଷଣ୍ଢ ସ୍ଥିତ ହନୁମାନ ପଡିଆରେ ଚାଲିଥିବା ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି । ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ କଂଗ୍ରେସ ନେତା କାର୍ତ୍ତିକ ଜେନା, ବାଙ୍କବିହାରୀ ଯେନା, ଓଡ଼ିଶା ହାଇକୋର୍ଟର ଆଇନଜୀବୀ ମନୋଜ ରାୟ, ରାଜ୍ୟ ମାନବାଧିକାର କମିଶନ ସଂପାଦକ ନିରୋଜ ଆଇଚ, ଯୁବ କଂଗ୍ରେସ ନେତା ସୁଧାଂଶୁ ଶେଖର ନାୟକ ପ୍ରମୁଖ ଯୋଗଦେଇଥିଲେ । କମିଟି ସଭାପତି ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷକ ତଥା କମିଟି ଉପଦେଷ୍ଟା ପ୍ରଫୁଲ୍ଲ ବିଶ୍ୱାଳ ଅତିଥି ପରିଚୟ ଓ ସଂପାଦକ ନିର୍ମିଳ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ବ୍ୟକ୍ତି ବିଶେଷ ଶିକ୍ଷାବିତ ହରମୋହନ ପଣ୍ଡା, ଚିତ୍ତରଞ୍ଜନ ସାମନ୍ତରାୟ ଏବଂ କ୍ରାକ୍ କମ୍ପ୍ୟୁଟର ନିର୍ଦ୍ଦେଶକ ତପନ ପୃଷ୍ଟିଙ୍କୁ ଅତିଥି ମାନେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ କଟକରୁ ଆସିଥିବା ମେଲୋଡି ସେହନ୍ସା ପକ୍ଷରୁ ମେଲୋଡି ପରିବେଷଣ କରାଯାଇଥିଲା । ଉକ୍ତ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଯୋଗଦେଇ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନନ୍ୟ, ଏଠାରେ ବାରମାସରେ ତେର ପର୍ବ ପାଳନ କରାଯାଇଥାଏ, ତନ୍ନମଧ୍ୟରୁ ରଜ ଉତ୍ସବ ଅନ୍ୟତମ ।

ଏହି ମହୋତ୍ସବ ଭାଇଚାରାକୁ ସୁଦୃଢ କରିଥାଏ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଭଦ୍ରକ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଯେନା,ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇ, ହାଇକୋର୍ଟ ଆଇନଜୀବୀ ମନୋଜ ରାୟ,ପାଇମହୁରା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଦ୍ରକର ଅବସର ପ୍ରାପ୍ତ ଅଧ୍ୟକ୍ଷ ଚିନ୍ତାମଣୀ ପାଣିଗ୍ରାହୀ, ସରପଂଚ ପ୍ରକାଶ ବିଶ୍ୱାଳ, ଓଡ଼ିଶା ଭାଷା ସଂସ୍କୃତି ଜାଗରଣ ମଂଚର ରାଜ୍ୟ ସଭାପତି ତଥା ସାହିତ୍ୟିକ ଜୈନୁଲ ଆବେଦିନ, ବନ୍ତ ବ୍ଳକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । କମିଟି ସଭାପତି ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷକ ତଥା କମିଟିର ଉପଦେଷ୍ଟା ପ୍ରଫୁଲ୍ଲ ବିଶ୍ୱାଳ ଅତିଥି ପରିଚୟ ଓ ଉପ ସଭାପତି ଲିଙ୍କୁନ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ବ୍ୟକ୍ତି ବିଶେଷ ଶିକ୍ଷାବିତ ଚିନ୍ତମଣୀ ପାଣିଗ୍ରାହୀ, ଅଜିତ ଚାଉଳ, ଅମରେନ୍ଦ୍ର ଦାଶ, କୈଳାସ ଚନ୍ଦ୍ର ଧଳ,ଅଭିରାମ ଆଚାର୍ଯ୍ୟ, ସମାଜସେବୀ ସନତ ଜେନା ପ୍ରମୁଖ ଙ୍କୁ ଅତିଥି ମାନେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Shrutilipi ad