Screenshot 2025 06 17 144035 750

କଟକ ଷ୍ଟେସନ୍‌ ବଜାରର ବିଭିନ୍ନ ହୋଟେଲ୍‌ରେ ଚଢ଼ାଉ, ୨ଟି ହୋଟେଲ୍‌ ସିଲ୍‌

ରାଜ୍ୟ

କଟକ: ଯାଜପୁରରେ ଝାଡାବାନ୍ତି ସ୍ଥିତି ସାଂଘାତିକ ହେବାରେ ଲାଗିଛି। କେବେଳ ଯାଜପୁର ନୁହେଁ ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ବାନ୍ତି। ଏହାକୁ ଦୃଷ୍ଟିରେ ରଖି କଟକରେ ଆକ୍ସନ ମୋଡରେ ସ୍ୱାସ୍ଥ୍ୟ ବିଭାଗ। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ, ଢାବା, ଫାଷ୍ଟଫୁଡ୍ ଦୋକାନରେ ଚଢ଼ଉ ଚାଲିଛି।

କଟକ ଷ୍ଟେସନ୍‌ ବଜାରର ବିଭିନ୍ନ ହୋଟେଲ୍‌ରେ ଚଢ଼ାଉ କରାଯାଇଛି। ୨ଟି ହୋଟେଲ୍‌କୁ ସିଲ୍‌ କଲା ସ୍ବାସ୍ଥ୍ୟ ବିଭାଗ। ହୋଟେଲ୍‌ରେ CMC ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ରେଡ୍। ଅପରିଷ୍କାର ଓ ନିମ୍ନମାନର ଖାଦ୍ୟ ନେଇ ରେଡ୍ କରାଯାଇଛି। ନିମ୍ନମାନର ପାଣି ଯୋଗୁଁ ୨ଟି ହୋଟେଲ ସିଲ୍‌ କରାଯାଇଛି।

ଖାଦ୍ୟ ସୁରକ୍ଷା ବିଭାଗ ଦ୍ଵାରା ଆଜି କଟକ ରେଳ ଷ୍ଟେସନ ନିକଟରେ ଥିବା ବିଭିନ୍ନ ହୋଟେଲରେ ଚଢ଼ଉ କରାଯାଇଛି। ଏଥିରେ ପାଖାପାଖି ୨୦କେଜିରୁ ଅଧିକ ବାସି ଖାଦ୍ୟ ନଷ୍ଟ କରାଯାଇଛି। ଏଥି ସହିତ ଗୋଟିଏ ହୋଟେଲ୍ ବିନା ଲାଇସେନ୍ସରେ ଚାଲୁଥିବା ନେଇ ସିଲ୍ କରାଯାଇଛି। ପୂର୍ବରୁ ବକ୍ସି ବଜାର, ଦୋଳ ମୁଣ୍ଡାଇ, ରାଣୀହାଟ ଆଦି ସ୍ଥାନରେ ଯାଞ୍ଚ୍ କରାଯାଇଥିଲା। ସହରରେ ବିକ୍ରି ହେଉଥିବା ୧୦ରୁ ଅଧିକ ପାଣି ବୋତଲ ବ୍ରାଣ୍ଡର ନମୁନା ସଂଗ୍ରହ କରାଯାଇଛି।

କଟକ ସହରରେ ଥିବା ଫାଷ୍ଟ ଫୁଡ୍ ଦୋକାନ ଉପରେ ନଜର ରଖାଯିବ ସହିତ ସବୁ ସ୍ଥାନରେ ମାଇକ ପ୍ରଚାର କରାଯାଇ ଲୋକଙ୍କୁ ଡାଇରିଆ ସମ୍ପର୍କରେ ସଚେତନ କରାଯାଉଛି। ଏନେଇ କଟକ ମହାନଗର ନିଗମ କମିଶନର ଅନାମ ଚରଣ ପାତ୍ର ସୂଚନା ଦେଉଛନ୍ତି। ଆଜିର ଏହି ଚଢାଉରେ ନଗର ସ୍ବାସ୍ଥ୍ୟ ଅଧିକାରୀ ଡ. ସତ୍ୟବ୍ରତ ମହାପାତ୍ରଙ୍କ ସମେତ ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

Shrutilipi ad