ଆଗରପଡ଼ା :ବନ୍ତ ବ୍ଲକ ଆଡ଼ିଆ ରାମନବମୀ ମଣ୍ଡପରେ ଆଗରପଡ଼ା ପ୍ରଗତିଶୀଳ ସାହିତ୍ୟ ମଂଚ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ କାଳନ୍ଦୀ ଚରଣ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଗବେଷକ ସନ୍ତୋଷ ଦାସ, ଆଡ଼ଭୋକେଟ ଦିବ୍ୟସିଂ ନାୟକ, ଅଶୋକ ନାୟକ,ସାହିତ୍ୟିକ ନାରାୟଣ ଲେଙ୍କା, ଚତୁର୍ଭୁଜ ପହି,ସରପଂଚ ମୀନା କୁମାରୀ ଜେନା, ସମାଜସେବୀ ଶଙ୍କର୍ଷଣ ରଥ,କବୟତ୍ରୀ ଦୀପ୍ତି ଦେବଦର୍ଶନୀ ସୁତାର,ବୀଣାପାଣି ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଭାସ ମହାପାତ୍ର ସଂପାଦକୀୟ ବିବରଣୀ ପାଠ, ଆଡ଼ଭୋକେଟ ପ୍ରତାପ ସେଠୀ ଅତିଥି ପରିଚୟ ଓ ଶିକ୍ଷାବିତ ଜଗନ୍ନାଥ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କବି ଦାଶରଥି ଜେନାଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଶିଶୁ ଗୀତିକାର ସାଇ ରୋଶନ ସେଠୀ ଯୋଗ ଦେଇଥିଲେ ।

