ବାରିପଦା: ସାମ୍ପ୍ରତିକ ସମୟରେ ସମାଜରେ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ଦୁର୍ବ୍ୟବହାର ର ମାତ୍ରା ବଢି ଚାଲିଥିବା ବେଳେ ତାହାର ପ୍ରତିକାର ଏବେ ସବୁଠାରୁ ବଡ଼ ଆହ୍ଵାନ । ଏହାର ସଚେତନତା ନିମନ୍ତେ ପ୍ରତିବର୍ଷ ଜୁନ ୧୫ ତାରିଖକୁ ବିଶ୍ୱ ବରିଷ୍ଠ ନାଗରିକଙ୍କୁଦୁର୍ବ୍ୟବହାରନକରିବା ନିମନ୍ତେ ସଚେତନତା ଦିବସ ଭାବରେ ପାଳନ କରାଯିବାକୁ ସରକାରଙ୍କ ତରଫରୁ ନିଷ୍ପତି ନିଆଯାଇଛି । ଫଳ ସ୍ୱରୂପ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଜି ବିକଳ୍ପ ବିବାଦ ସମାଧାନ କେନ୍ଦ୍ର, ବାରିପଦାର ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ବରିଷ୍ଠ ନାଗରିକ ମଞ୍ଚ ଏବଂ ମୟୂରଭଞ୍ଜ ଅବସାରପ୍ରାପ୍ତ ବିଶ୍ଵବିଦ୍ୟାଳୟ ଓ ବେସରକାରୀ କଲେଜ ଶିକ୍ଷକ ସଂହାର ସଦସ୍ୟ ମାନଙ୍କୁ ନେଇ ବିଶ୍ୱ ବରିଷ୍ଠ ନାଗରିକନାଗରିକଙ୍କୁ ଦୁର୍ବ୍ୟବହାର ନକରିବା ନିମନ୍ତେ ସଚେତନତା ଦିବସ ପାଳିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକପୌରହିତ୍ୟ କରିଥିଲେ ଏବଂ ମୟୂରଭଞ୍ଜ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଡ଼ା. ଶ୍ୟାମ ସୁନ୍ଦର ଦାସ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରେ ଯୋଗ ଦେଇଥିବା ବରିଷ୍ଠ ନାଗରିକ ମାନଙ୍କୁ ସରକାରଙ୍କ ପକ୍ଷରୁ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯିବା ସହ ବିଭିନ୍ନ ଅଧିକାର ଓ ଆନୁଷଙ୍ଗିକ ନିୟମାବଳୀ ଗୁଡିକ ବିଷୟରେ ମଧ୍ୟ ବିସ୍ତୃତ ଭାବରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣର ସମସ୍ତ ଉପସ୍ଥିତ ସଦସ୍ୟ ସହଯୋଗ କରିଥିଲେ।

