Img 20250614 wa0206

୧ମ ବାର୍ଷିକ ଡିଆରକେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୧୦ମ ଦିନ : ଲାଲବଜାର ଓ କୋର ହାଣ୍ଟର୍ସ ବିଜୟୀ

ରାଜ୍ୟ
ବାରିପଦା :  ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡି ଆର କେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୧୦ମ ଦିନର ୧ମ ମ୍ୟାଚରେ ଲାଲବଜାର ୱରିୟାର୍ସ ୬ ଉଇକେଟରେ ରାଫେଲ ରକେଟ୍ସକୁ ପରାସ୍ତ କରିଥିଲା  । ପ୍ରଥମେ ବ୍ୟାଟିଂ କରି ରାଫେଲ ରକେଟ୍ସ ୧୫ ଓଭରରେ ୭ ଉଇକେଟ ହରାଇ ୧୪୩ ରନ ସଂଗ୍ରହ କରିଥିଲେ  ।  ଦଳ ପକ୍ଷରୁ ରୁପମ ମହାନ୍ତି ୪୦, ଅମିତ ପରିଡା ୩୦, ସୁବ୍ରତ କୁମାର ସିଂ ୨୫ ଓ ପ୍ରୀତପାଲ ସିଂହ ୨୩ ରନ କରିଥିବା ବେଳେ ବିପକ୍ଷ ଦଳର ହରିଶଙ୍କର ଘୋଷ ଓ ହୀରକ ସିଂହ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ  । ଉତ୍ତରରେ ଲାଲବଜାର ୧୨ ଓଭରେ ୪ ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ  । ଦଳ ପକ୍ଷରୁ ଜୟ କୁମାର ୭୨ ଓ ମନୁ ରାମ ୫୩ ରନ ସଂଗ୍ରହ କରିଥିଲେ  । ୨ୟ ମ୍ୟାଚରେ କୋର ହାଣ୍ଟର୍ସ ୭୩ ରନରେ ପରି ଚାଲେଞ୍ଜର୍ସକୁ ପରାସ୍ତ କରିଥିଲା  ।
ପ୍ରଥମେ ବ୍ୟାଟିଙ୍ଗ କରି କୋର ହାଣ୍ଟର୍ସ ୧୫ ଓଭରରେ ୬ ଉଇକେଟ ହରାଇ ୧୮୯ ରନ ସଂଗ୍ରହ କରିଥିଲା  । ଦଳ ପକ୍ଷରୁ ଦିବ୍ୟେଶ ମହାନ୍ତି ୫୯, ଅଭିଜ୍ଞାନ ମହାନ୍ତି ୫୪, କ୍ଷମାସାଗର ବଳ ୩୭ ଓ ଆଦିତ୍ୟ ବସା ୨୩ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ସାମନ୍ତ ଶେଖର ପାଲ ଓ ମେରି ଲୋକନାଥ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ  । ଉତ୍ତରରେ ପରି ଚାଲେଞ୍ଜର୍ସ ୧୫ ଓଭରରେ ୮ ଉଇକେଟ ହରାଇ ୧୧୬ ରନ ସଂଗ୍ରହ କରିପାରିଥିଲା  । ଦଳ ପକ୍ଷରୁ ମେରି ଲୋକନାଥ ୫୭ ଓ ପ୍ରିତମ ବେହେରା ୨୧ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଆଦିତ୍ୟ ବସା, ଦିବ୍ୟେଶ ମହାନ୍ତି ଓ ଯଶୋବନ୍ତ ମାଝୀ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ  । ଅମ୍ପାୟାର ଆଶୁତୋଷ ପାଣି ଓ ଦିଲ୍ଲୀପ ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ  । ବୁବୁ ସିନ୍ହା ଧାରା ବିବରଣୀ ପ୍ରଦାନ କରିଥିଲେ  । ଟୁର୍ଣ୍ଣ।ମେଣ୍ଟର ସଭାପତି ନଗରପାଳ କୃଷ୍ଣ।ନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ସଂଜୀବ ଦ୍ବିବେଦୀ,  ପୂର୍ବତନ କ୍ରିକେଟ ଖେଳାଳି ସୁବାଷ ସାହୁ, ମନୋଜ ଶର୍ମା, ଲଲାଟେନ୍ଦୁ ବେହେରା, ରାଜେଶ ଶର୍ମା ତଥା କାର୍ଯ୍ୟକାରୀ ସମ୍ପାଦକ ନିରୋଜ ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ  ।
Shrutilipi ad