Img 20250611 wa0250

କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଉଦ୍ୟାନ ନିର୍ଦେଶାଳୟ ଙ୍କ ତରଫରୁ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାର ଉପଲବ୍ଧି

ରାଜ୍ୟ
ବାରିପଦା – ମୟୂରଭଞ୍ଜ ଜିଲ୍ଲା ର ଉଦ୍ୟାନ କୃଷି ବିଭାଗ ୨୦୨୪-୨୫ ଆର୍ଥିକ ବର୍ଷ ର ଖରିଫ ଋତୁ ରେ ନୂତନ ଫଳ ବଗିଚା ପାଇଁ ୨୬୩୦ ଜଣ ଚାଷୀ ଙ୍କ ଜମିରେ ୧୯୧୨ ହେକ୍ଟର ଫଳ ବଗିଚା ସୃଷ୍ଟି କରାଯାଇପାରିଥିଲା । ୨୦୨୪-୨୫ ଆର୍ଥିକ ବର୍ଷ ରେ ୪୨୬ ହେକ୍ଟର ଆଳୁ ଚାଷ ପାଇଁ ୩୦୮୧ ଜଣ, ୧୯୦ ହେକ୍ଟର ପିଆଜ ଚାଷ ପାଇଁ ୧୪୦୫ ଜଣ, ୪୭୨ ହେକ୍ଟର ଧଣିଆ ଚାଷ ପାଇଁ ୨୯୭୭ ଜଣ, ୧୨.୬୩ ହେକ୍ଟର ଲଙ୍କା ଚାଷ ପାଇଁ ୬୬୩୯ ଜଣ, ୭୫ ହେକ୍ଟର ମେଥି ଚାଷ ପାଇଁ ୫୨୫ ଜଣ, ୫୯.୧ ହେକ୍ଟର ହଳଦୀ ଚାଷ ପାଇଁ ୩୪୨ ଜଣ ଏବଂ ୨୪୭ ହେକ୍ଟର ଅଦା ଚାଷ ପାଇଁ୧୯୫୪ ଜଣ ହିତାଧିକାରୀ ଙ୍କୁ ଆବଶ୍ୟକ ବିହନ ତଥା ଆର୍ଥିକ ପ୍ରତ୍ସାହନ ଯୋଗାଇ ଦିଆଯାଇଥିଲା । ଖରିଫ ଋତୁରେ ୬୮୩୧୦ଗୋଟି ଫଳ ଚାର।  ( କାଜୁ, ନଡିଆ, ସଜନା, ଅମୃତଭଣ୍ଡ।, ଲେମ୍ବୁ, ପଣସ ଇତ୍ୟାଦି) ରିହାତି ଦରରେ ୮୪୨୭ ହିତାଧିକାରୀ ଙ୍କୁ ଯୋଗାଇ ଦିଆ ଯାଇଥିଲା । ନିର୍ଦ୍ଧିଷ୍ଟ ଫଳ ଚାଷ ଯୋଜନା ଅନ୍ତର୍ଗତ ୩୫ ହେକ୍ଟର ଜମିରେ ଟିସୁ କଲଚର କଦଳୀ ଚାଷ, ୨୫ ହେକ୍ଟର ଜମିରେ ଶଙ୍କର ଜାତୀୟ ଅମୃତଭଣ୍ଡ। ଚାଷ, ୨.୫ ହେକ୍ଟର ଜମିରେ ଆତ ଚାଷ, ୬ ହେକ୍ଟର ଜମିରେ ସପୁରି ଚାଷ ସହ ନୂତନ ଭାବେ ୨ ହେକ୍ଟର ଜମିରେ  ଷ୍ଟ୍ରବେରୀ ଚାଷ ପାଇଁ ମୋଟ ୨୩୧ ଜଣ ଚାଷୀ ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। କ୍ଷେତ୍ର ସପ୍ରସାରଣ ପାଇଁ  ଖରିଫ ଓ ରବି ଋତୁ ରେ ୮୩୫ ହେକ୍ଟର ଜମିରେ ଶଙ୍କର ଜାତୀୟ  ବିଭିନ୍ନ ପନିପରିବା ବିହନ ୪୨୬୪ ଚାଷୀ ଙ୍କୁ ଯୋଗାଈ ଦିଆଯାଇଥିଲା ।
OIIPCRA ଯୋଜନା ରେ ଚାଷ ରେ  ବୃଦ୍ଧି ପାଇଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୭୨୬ ହେକ୍ଟର ଜମିରେ ଶଙ୍କର ଜାତୀୟ  ପନିପରିବା ବିହନ ୧୮୩୭ ଜଣ ଚାଷୀ ଙ୍କୁ ଯୋଗାଇ ଦିଆଯାଇଥିଲା । ଏହି ଯୋଜନା ଅନ୍ତର୍ଗତ ୧୨୯ ଗୋଟି ଜିଆ ଖତ କୁଣ୍ଡ, ୫୨ ଟି ପ୍ୟାକିଂ ଗୃହ, ୩୧ ଟି ସବଜି କୂଲର, ୬୭ ଟି ସ୍ୱଳ୍ପମୂଲ୍ୟଯୁକ୍ତ ସଂରକ୍ଷଣ ୟୁନିଟ, ୯୭ ଟି ଛତୁ ଚାଷ ଉତ୍ପାଦନ ପ୍ରକଳ୍ପ ସହ୧ଟି ଛତୁ ମଞ୍ଜି ଉତ୍ପାଦନ ପ୍ରକଳ୍ପ ଓ୯ ଟି ଶୀତଳିକରଣ ଗୃହ ପ୍ରତିଷ୍ଠା କରଯାଇ ୨୪୮ ଜଣ ଚାଷୀ  ଓ ୧୬ ଜଣ ସ୍ଵୟଂ ସହାୟିକା ଗୋଷ୍ଠି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ।
ଜାତୀୟ ଉଦ୍ୟାନ କୁଷି ମିଶନ ଯୋଜନା ରେ ୩୮ ହେକ୍ଟର ଜମିରେ  ଫୁଲ ଚାଷ ସହ , ୩୨ ହେକ୍ଟର ଲେମନ ଗ୍ରାସ ଚାଷ ପାଇଁ ପାଖାପାଖି ୨୧୦ ଜଣ ଚାଷୀ ଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା । ଏହା ସହିତ ୪ ଗୋଟି ଛତୁ ଉତ୍ପାଦନ ପ୍ରକଳ୍ପ , ୫ଗୋଟି ଜମିରେ  ପ୍ୟାକିଂ ଗୃହ, ୭ ଗୋଟି ସୋଲାର ଡ୍ର।ୟର ଓ ୯ ଗୋଟି କୃଷି ଯନ୍ତ୍ରପାତି ଚାଷୀ କୁ ଯୋଗାଇ ଦିଆଯାଇଥିଲା । ଜାତୀୟ ତେଲ ତାଳ ମିଶନ ଯୋଜନା ରେ  ୩୨୬ ହେକ୍ଟର ଜମିରେ ନୂତନ ତେଲ ତାଳ ଚାଷ ସହ ୫ଗୋଟି ଗଭୀର ନଳକୂପ ର ବ୍ୟବସ୍ଥା କରଯାଇଥିଲା ।
ପ୍ରଧାମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ରେ ପାଖାପାଖି ୭୧.୧୪ ହେକ୍ଟର ଜମିରେ ସିଞ୍ଚନ ଜଳ ସେଚନ ଓ ୬୧୮.୪୭ ହେକ୍ଟର ଜମିରେ ବୁନ୍ଦା ଜଳସେଚନରେ ୪୪୮ ଜଣ ଚାଷୀ ଉପକୃତ ହୋଇଛନ୍ତି । ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରେ ୧୬ ଜଣ ଚାଷୀ ଙ୍କୁ ବିଭିନ୍ନ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା ।
ଇନପୁଟ ସହାୟତାରେ କ୍ଷେତ ପୋଖରୀ ଚାଷୀ ଙ୍କୁ ପନିପରିବା କିଟ ୧୨୦୫ ଗୋଟି ଓ ରକ୍ତ ହୀନତା ଗର୍ଭବତୀ / ପ୍ରସୂତି ମା ଓ ଅତ୍ୟନ୍ତ ପୁଷ୍ଟି ହୀନ ଶିଶୁ ଙ୍କୁ ୧୬୫୯ ଗୋଟି ପନିପରିବା କିଟ ଯୋଗାଇ ଦେବାର ବ୍ୟବସ୍ଥା କରଯାଇଥିଲା ।
Shrutilipi ad