ଆଗରପଡ଼ା :ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆଗରପଡ଼ାସ୍ଥିତ ବିଟିପୁରର ସର୍ବପୁରାତନ ଓ ଜିଲ୍ଲାର ଅନ୍ୟତମ ପ୍ରମୁଖ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିଥିଲା । ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ ଛେରାପହଁରା କରି ରତ୍ନସିଂହାସନରୁ ଚତୁର୍ଦ୍ଧା ବିଗ୍ରହକୁ ସ୍ନାନମଣ୍ଡପକୁ ପାଛୋଟି ଆଣିଥିଲେ । ୧୦୮ ଗରା ସୁଗନ୍ଧ ଜଳରେ ମହାପ୍ରଭୁମାନେ ସ୍ନାନ କରିଥିଲେ । ପଣ୍ଡିତ ସଂଗ୍ରାମ କେଶରୀ ସାମନ୍ତରାୟ, ମନମୋହନ ପାଢ଼ୀ, ଗୌରାଙ୍ଗ ପାଣିଗ୍ରାହୀ,ସୁଧିର ରଥ, ମାନସ ରଂଜନ ସାମନ୍ତରାୟ, ଜ୍ଞାନରଂଜନ ସାମନ୍ତରାୟ, ସୌମ୍ୟପ୍ରକାଶ ପଣ୍ଡା, କୌଶିକ ସାମନ୍ତରାୟ, ରଘୁନାଥ ପାଣିଗ୍ରାହୀ, ରଶ୍ମିରଂଜନ ପଣ୍ଡା ପ୍ରମୁଖଙ୍କ ମନ୍ତ୍ରୋଚ୍ଚାରଣରେ ଅପୂର୍ବ ଭକ୍ତିମୟ ପରିବେଶକୁ ଦ୍ୱିଗୁଣିତ କରିଥିଲା । ଇଣ୍ଟର ନ୍ୟାସନାଲ ରାଇଟ୍ସି ଫୋରମ ଯୁଗ୍ମ ସଂପାଦିକା ସଂଯୁକ୍ତା ସିଂହ ପ୍ରମୁଖ ବିଭିନ୍ନ କାର୍ଯ୍ୟ ସଂପାଦନ କରିଥିଲେ । ମହାପ୍ରଭୁ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ।

