Gol

ପୁଣି ବଢିଲା ସୁନା ଦର

ରାଜ୍ୟ

ଭୁବନେଶ୍ୱର: କିଛିଦିନର ଆଶ୍ୱସ୍ତି ପରେ ପୁଣି ବଢିଲା ସୁନା ଦର। ଗତ କିଛି ଦିନ ଲଗାତାର ସୁନା ଦର କମିଚାଲିଥିଲା। ହେଲେ ଏବେ ସୁନା ଦର ପୁଣି ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପୁଣି ଲକ୍ଷେ ଟପିଯିବ କି ସୁନ ମୂଲ୍ୟ ନେଇ ଗ୍ରାହକଙ୍କ ମନରେ ଛନକା। ଜୁନ୍‌ ୧୧ ଅର୍ଥାତ୍‌ ବୁଧବାର ବୃଦ୍ଧି ପାଇଛି ସୁନା ଦର ।

୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୯୮,୪୦୦ ଟଙ୍କା ରହିଛି । ଗତକାଲି ଏହା ୯୭,୫୮୦ ଟଙ୍କା ଥିଲା । ଏଥିରେ ୮୨୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୯୦,୨୦୦ ଟଙ୍କା ରହିଛି । ଗତକାଲି ୮୯,୪୫୦ ଟଙ୍କା ଥିଲା । ଏଥିରେ ୭୫୦ ଟଙ୍କା ହ୍ରାସ ହୋଇଛି।

ସେହପରି ରୁପା ଦାମ୍‌ ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧ ହଜାର ୮୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୧ ହଜାର ୮୦୦ ଥିଲା ।