Lal

୭୮ତମ ଜନ୍ମଦିନରେ ୭୮କିଲୋର ଲଡୁ କାଟିଲେ ଲାଲୁ ଯାଦବ

ଦେଶ - ବିଦେଶ

ପଟନା: ଆଜି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ୭୮ତମ ଜନ୍ମଦିନ। ଏହି ଅବସରରେ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ସମର୍ଥକ ପର୍ଯ୍ୟନ୍ତ, ସମସ୍ତେ ରାଜ୍ୟବ୍ୟାପୀ ଜନ୍ମଦିନ ପାଳନ କରୁଛନ୍ତି। ନିଜ ଜନ୍ମଦିନ ଅବସରରେ ଲାଲୁ ଯାଦବ ମଧ୍ୟରାତ୍ରିରେ କେକ୍ କାଟି ତାଙ୍କ ଜନ୍ମଦିନ ପାଳନ କରିବା ଆରମ୍ଭ କରିଥିଲେ। ଏହି ବିଶେଷ ଅବସରରେ, ଆରଜେଡି ନେତା ଏବଂ କର୍ମୀମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ୧୦ସର୍କୁଲାର ରୋଡସ୍ଥିତ ବାସଭବନରେ ଭିଡ଼ ଜମାଇଥିଲେ। ସମସ୍ତେ ଲାଲୁଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ଆରଜେଡିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅନିଲ କୁମାର ୭୮ପ୍ରକାର ଫଳର ଏକ ଟୋକେଇ ସହିତ ଲାଲୁ ଯାଦବଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଥିଲେ। ଏହା ସହିତ, କର୍ମୀମାନେ ଆଣିଥିବା ୭୮ କିଲୋର ଲଡୁ ମଧ୍ୟ ଏକ ବିଶେଷ ଆକର୍ଷଣ ପାଲଟି ଥିଲା, ଯାହାକୁ ଲାଲୁ ଯାଦବ ପାରମ୍ପରିକ ଶୈଳୀରେ ଖଣ୍ଡାରେ କାଟିଥିଲେ।

ଜନ୍ମଦିନ ପାଳନ କରିବା ପାଇଁ ବୁଧବାର ସକାଳଠାରୁ ରାବ୍ରି ବାସଭବନ ବାହାରେ କର୍ମୀ ଏବଂ ସମର୍ଥକଙ୍କ ଭିଡ଼ ଜମିଥିଲା। ଢୋଲ ବାଦ୍ୟରେ ଲୋକମାନେ ନାଚୁଥିବା ଏବଂ ଗୀତ ଗାଉଥିବାର ଦେଖାଯାଇଥିଲା। ଅନେକ କର୍ମୀ ଲାଲୁ ଯାଦବଙ୍କ ଫଟୋ ଏବଂ ପୋଷ୍ଟର ଧରି ଆସିଥିଲେ। ଅନେକ ଲୋକ ମିଠା ଏବଂ କେକର ବାକ୍ସ ଧରି ଆସିଥିଲେ।

Shrutilipi ad