Img 20250610 wa0145

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ “ବିକାଶ ବାହାନ” ରଥ ସମ୍ପର୍କୀତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଜ୍ୟ
ବାରିପଦା – ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତା ରେ “ବିକାଶ ବାହାନ” ରଥ ପରିକ୍ରମା ସମ୍ପର୍କୀତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଚଳିତ ଜୁନ ମାସ ୧୨ ତାରିଖରୁ  ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବିକାଶ ବାହାନ ରଥ ପରିକ୍ରମା କରିବ। ଏହି ବିକାଶ ବାହାନରେ ଲୋକ ମାନଙ୍କ ସଚେତନତା ପାଇଁ ସରକାରଙ୍କ ଦ୍ୱାରା ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବେନର ପୋଷ୍ଟର ମାଧ୍ୟମରେ ପ୍ରଦର୍ଶନ କରାଯିବା ସହିତ  ଏଲ ଇ ଡି ଜରିଆରେ  ବିଭିନ୍ନ ଯୋଜନା ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦର୍ଶନ କରାଯାଇ ଲୋକମାନଙ୍କୁ ସଚେତନ କରାଯିବ। ଏତଦ ବ୍ୟତୀତ  ରାଜ୍ୟରେ ସରକାରଙ୍କ  ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନତି ମୂଳକ ଯୋଜନାର ଉପଲବ୍ଧି ସମ୍ଭନ୍ଧରେ ମଧ୍ୟ ଲୋକଙ୍କୁ ଅବଗତ କରାଯିବ।ଏହି ବିକାଶ ବାହାନ ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତକୁ ପହଂଚି ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ କରିବା ସହ ଯୋଜନାରେ ସାମିଲ ହେବା ପାଇଁ ସଚେତନ କରାଯିବ। ଏତଦ ବ୍ୟତୀତ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ   ସେହି ସ୍ଥାନରେ ଯୋଜନାର କାର୍ଡ, ପ୍ରମାଣ ପତ୍ର ବଣ୍ଟନ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବା ସହ ଯୋଜନା ରେ ସାମିଲ ହେବାକୁ ଥିବା ହିତାଧିକାରୀ ମାନଙ୍କ ଠାରୁ ସେହି ସ୍ଥାନରେ ତୁରନ୍ତ  ଆବେଦନ ପତ୍ର ଆଦି ଗ୍ରହଣ କରାଯିବ ଏବଂ ବିଭିନ୍ନ ଯୋଜନାରେ ନୂତନ ହିତାଧିକାରୀ ଚିହ୍ନଟି କରଣ କାର୍ଯ୍ୟ ମଧ୍ୟ କରାଯିବ। ଏତଦ ବ୍ୟତୀତ ବିଭିନ୍ନ ଯୋଜନାରେ ଲାଭlନ୍ୱିତ ହୋଇଥିବା ହିତାଧିକାରୀମାନଙ୍କ ପାଖରୁ ସେମାନଙ୍କ ସଫଳତା କାହାଣୀ ସଂଗ୍ରହ କରାଯିବ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ସମସ୍ତ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ପ୍ରତ୍ୟେକଙ୍କୁ ସଚେତନ କରାଇବା ଏବଂ ଧାଡ଼ିର ଶେଷ ଲୋକ ପାଖରେ ଯୋଜନା କୁ ପହଞ୍ଚାଇବା। ଏହି ବିକାଶ ବାହାନ ରଥ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସଦର ମହକୁମା ଠାରେ ଜୁନ ୧୨ ତାରିଖ ଦିନ ଶୁଭାରମ୍ଭ ହେବ ଏବଂ ପ୍ରତ୍ୟେକ ଦିନ ଏହି ବିକାଶ ବାହନ ସମ୍ପୃକ୍ତ ବ୍ଲକର ୩/୪ ଟି ଗ୍ରାମ ପଂଚାୟତକୁ ପରିକ୍ରମା କରି ସାଧାରଣ ଲୋକଙ୍କୁ ସଚେତନ କରାଇବ। ୟୁଏଲବି ତରଫରୁ ମଧ୍ୟ ବିକାଶ ବାହନ ସହରାଞ୍ଚଳର ବିଭିନ୍ନ ୱାର୍ଡକୁ ପରିକ୍ରମାରେ ଯାଇ ହିତାଧିକାରୀଙ୍କ ପାଖରେ ପହଁଚି ସମାନ କାର୍ଯ୍ୟ ସମ୍ପାଦନ କରିବ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।
ଆଜିର ବୈଠକରେ ଜ଼ିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ,ବାରିପଦା ଉପଜିଲ୍ଲାପାଳ ଡ ଦୟାସିନ୍ଧୁ ପରିଡା, ଏସିଡିଓ ଶ୍ରୀ ଶାନ୍ତନୁ କୁମାର ନାୟକଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗ ର ଅଧିକାରୀ ଯୋଗ ଦେଇଥିବା ବେଳେ ଉପଖଣ୍ଡ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଅଭାସୀ ଜରିଆରେ ଯୋଡି ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Shrutilipi ad