ଆଗରପଡ଼ା:ବନ୍ତ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକଙ୍କ ପଦୋନ୍ନତି ନିମନ୍ତେ ଓଟିଇଟି ପ୍ରମାଣପତ୍ର ଦାଖଲ ସମ୍ବନ୍ଧୀୟ ଏକ ଦାବିପତ୍ର ଗୋଷ୍ଠୀଶିକ୍ଷାଧିକାରିଣୀ,ବନ୍ତଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଶିକ୍ଷକ ସଂଘ କର୍ମକର୍ତ୍ତାଙ୍କ ଅଭିଯୋଗ ଯେଉଁ ଶିକ୍ଷକ/ଶିକ୍ଷୟିତ୍ରୀ ଓଟିଇଟି ପ୍ରମାଣପତ୍ର ହାସଲ କରିଛନ୍ତି କାର୍ଯ୍ୟାଳୟ ତରଫରୁ ସେମାନଙ୍କ ପ୍ରମାଣପତ୍ର ସଂଗ୍ରହ କରାଯାଇ ପଦୋନ୍ନତି ତାଲିକା ପ୍ରସ୍ତୁତ କରାଯାଉଥିବା ବେଳେ ୨୦୧୧ ମସିହା ପୂର୍ବରୁ ଯେଉଁମାନେ ଚାକିରୀରେ ଯୋଗଦାନ କରିଛନ୍ତି ସେମାନେ ଉକ୍ତ ପଦୋନ୍ନତିରୁ ବଂଚିତ ହେବେ ଯାହାକି ସମୂର୍ଣ୍ଣ ରୂପେ ଅଗଣତାନ୍ତ୍ରିକ ପଦ୍ଧତି । ତେଣୁ ବରିଷ୍ଠତାକୁ ବିଚାରକୁ ନେଇ ପଦୋନ୍ନତି ତାଲିକା ପ୍ରସ୍ତୁତ କରିବା ପାଇଁ ସେମାନେ ବିଇଓଙ୍କୁ ଦାବିପତ୍ର ପ୍ରଦାନ ପୂର୍ବକ ନିବେଦନ କରିଥିବା ଜଣାପଡ଼ିଛି ।

